ମାଲକାନଗିରି, ବଣ୍ଡା ମହିଳାଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ଅଣ୍ଟା ଭିଡ଼ିଛି ଓରମାସ । ବଣ୍ଡା ଘାଟିରେ ପହଞ୍ଚି ବଣ୍ଡା ସମ୍ପ୍ରଦାୟର ମହିଳା ମାନଙ୍କୁ ଝାଡ଼ୁ ପ୍ରସ୍ତୁତି ଓ ପଣସ ଚିପ୍ସ ପ୍ରସ୍ତୁତିର ତାଲିମ ସହ ପ୍ରୋତ୍ସାହନ ଦିଆଯାଇଛି । ଖୁବ ଅଳ୍ପଦିନ ମଧ୍ୟରେ ବଣ୍ଡା ଘାଟିର ଝାଡୁ ଓ ପଣସଚିପ୍ସ ବିଭିନ୍ନ ସ୍ଥାନରେ ଉପଲବ୍ଧ ହେବ ବୋଲି ଓରମାସ ଆଶା ପ୍ରକାଶ କରିଛି । ଖଇରପୁଟ ବ୍ଲକ ଅଣ୍ଡରାହାଲ ପଞ୍ଚାୟତର ଡୁମୁରିପଡ଼ାରେ ବଣ୍ଡା ମହିଳାଙ୍କୁ ଝାଡୁ ତିଆରି ଓ ପଣସ ଚିପ୍ସ ପ୍ରସ୍ତୁତି ଉପରେ ତାଲିମ ଦିଆଯାଇଥିଲା । ଏଠାରେ ବଣ୍ଡା ଝାଡୁ ଉତ୍ପାଦକ ଗୋଷ୍ଠୀ ଗଠନ କରି ସେମାନଙ୍କୁ ତାଲିମ ସହ ପ୍ରୋତ୍ସାହନ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଝାଡୁ ତିଆରି ପାଇଁ ପାଇପ ଓ ବ୍ୟବସାୟୀକରଣ ସାଙ୍ଗକୁ ପଣସ ଚିପ୍ସ ର ପ୍ୟାକିଙ୍ଗ ବ୍ୟବସ୍ଥା ଓରମାସ କରିବ ବୋଲି ଓରମାସର ଡେପୁଟି କାର୍ଯ୍ୟନିର୍ବାହୀ ରୋଶନ କୁମାର କାର୍ତ୍ତିକ ସୂଚନା ଦେବା ସହ ଏହା ବଣ୍ଡା ସମ୍ପ୍ରଦାୟକୁ ସ୍ଵାବଲମ୍ବୀ କରିବାରେ ସହାୟକ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
Related Stories
November 23, 2024