ଭୁବନେଶ୍ୱର,ରାଜ୍ୟରେ ହାଇସ୍କୁଲ ଗୁଡିକରେ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ କରା ଯାଇଥିଲେ ସୁଦ୍ଧା ପ୍ରାଥମିକ ସ୍କୁଲ ଗୁଡିକରେ ଅନେକ ସ୍ଥାନରେ ଖୁବ କମ ଶିକ୍ଷକ ଅଛନ୍ତି । ସରକାର ଶିକ୍ଷା ବ୍ୟବସ୍ଥାକୁ ସଜାଡିବାକୁ ବିଭିନ୍ନ ଭଲ ପଦକ୍ଷେପ ନେଉଥିଲେ ସୁଦ୍ଧା ଯଦି ସ୍କୁଲରେ ଶିକ୍ଷକ ନ ଥିବେ ତାହାର କ୍ରିୟାନ୍ୱୟନ ସମ୍ଭବ ନୁହେଁ । ତେଣୁ ଏପରି ସ୍କୁଲ ମାନଙ୍କରେ ଯଥା ଶୀଘ୍ର ଆବଶ୍ୟକତା ଅନୁସାରେ ଯଥା ଶୀଘ୍ର ଶିକ୍ଷକ ନିଯୁକ୍ତି କରିବାକୁ ବିଧାନସଭାରେ ଦାବି ହୋଇଛି ।
ଆଜି ପ୍ରଶ୍ନକାଳରେ ବିଧାୟକ ସୁଧୀର ସାମଲ ଏହି ପ୍ରଶ୍ନ ଉଠାଇ କହିଥିଲେ ଯେ କେବଳ ଢେଂକାନାଳ ଜିଲ୍ଲାରେ ୪୧ଟି ସ୍କୁଲ ଏପରି ରହିଛି ଯାହା କେବଳ ଗୋଟିଏ ଶିକ୍ଷକ ଦ୍ୱାରା ଚାଲିଛି । ଏହି ସ୍କୁଲ ଗୁଡିକରେ କେବେ ସୁଦ୍ଧା ଆବଶ୍ୟକ ସଂଖ୍ୟାରେ ଶିକ୍ଷକ ନିଯୁକ୍ତି ହେବେ ସେ ନେଇ ସେ ପ୍ରଶ୍ନ କରିଥିଲେ ।
ଏହାର ଉତରରେ ବିଦ୍ୟ।।ଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଥିଲେ ଯେ ଢେଙ୍କାନାଳ ଜିଲ୍ଲାରେ କରୋନା କାରଣରୁ ଏପରି ସ୍ଥିତି ଉପୁଜିଛି । ଖୁବ ଶୀଘ୍ର ଶିକ୍ଷକ ମାନଙ୍କ ରେସନାଲାଇଜେସନ କାର୍ଯ୍ୟକ୍ରମ ହାତକୁ ନିଆ ଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।