ଭୁବନେଶ୍ୱର, ରାଜ୍ୟ ସରକାର ମାଣ୍ଡିଆ ଉତ୍ପାଦନକୁ ପ୍ରୋତ୍ସାହିତ କରୁଛନ୍ତି । ସରକାର ମିଲେଟ ମିଶନକୁ ସଂପ୍ରସାରିତ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ରାଜ୍ୟର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସଭ୍ୟ ଅମର ସତପଥୀଙ୍କ ମୂଳ ପ୍ରଶ୍ନ ଓ ରଘୁରାମ ପାଡାଲ ଓ ତାରା ପ୍ରସାଦ ବାହିନୀପତିଙ୍କ ଅତିରିକ୍ତ ପ୍ରଶ୍ନର ଉତର ଦେଇ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ସୂଚନା ଦେଇଛନ୍ତି ।
ଆଜି ପ୍ରଶ୍ନକାଳରେ ଏହି ପ୍ରଶ୍ନ ସମ୍ପର୍କିତ ଆଲୋଚନା ବେଳେ ବିଧାୟକ ରଘୁରାମ ପାଡାଲ କହିଥିଲେ ଯେ କୋରାପୁଟରେ ଅଦା ଉତ୍ପାଦନ ଖୁବ ହେଉଥିବା ବେଳେ ସେଠାରେ ଚାଷୀ ମାନେ କମ ମୂଲ୍ୟରେ ଅଦା ବିକ୍ରୀ କରୁଛନ୍ତି । ସେହିପରି ମାଣ୍ଡିଆକୁ ପୂର୍ବରୁ ଗରୀବ ଲୋକ ମାନଙ୍କର ଖାଦ୍ୟ କୁହା ଯାଉଥିବା ବେଳେ ଏବେ ପଂଚତାରକା ହୋଟଲ ମାନଙ୍କରେ ମଧ୍ୟ ଏହା ମିଳୁଛି । ତେଣୁ ଏହାକୁ ନେଇ ପ୍ରକ୍ରିୟାକରଣ ୟୁନିଟ କୋରାପୁଟରେ କରିବାକୁ ସେ ଅନୁରୋଧ କରିଥିଲେ ।
ଏହାର ଉତରରେ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ସରକାର ଏହି ଦିଗରେ କାମ କରୁଛନ୍ତି । ରାଜ୍ୟରେ ମାଣ୍ଡିଆ ଉତ୍ପାଦନ ବଢିଛି ।