ଭଦ୍ରକ – ଏହି ଜିଲାର ତିହିଡି ବ୍ଲକ୍ ମୁକୁନ୍ଦପୁର ପଂଚାୟତ ଅଧୀନରେ ଥିବା ଝିଙ୍କିରିଆ ଗ୍ରାମବାସୀଙ୍କ ପକ୍ଷରୁ ଜନୈକ ବ୍ଲକ୍ କର୍ମଚାରୀଙ୍କ ବିରୋଧରେ ଗୁରୁତର ଅଭିେଯାଗ ହୋଇଛି। ଏହି ପଂଚାୟତର ଝିଙ୍କିରିଆ ଗ୍ରାମର ବାସିନ୍ଦା ହୋଇ ସଂପୃକ୍ତ କର୍ମଚାରୀ ସ୍ଥାୟୀ ଗୃହ କରି ରହୁଥିବାବେଳେ ସିନ୍ଦୋଳ ପଂଚାୟତରେ ମଧ୍ଯ ମୂଳ ରେକର୍ଡ ରହିଛି। ଉଭୟ ପଂଚାୟତ ଭୋଟର ଲିଷ୍ଟ ରଖô ଏହି କର୍ମଚାରୀ ଜଣକ ସରକାରଙ୍କ ବିଭିନ୍ନ ସୁବିଧା ସୁେଯାଗ ହାତେଇଥିବା ଏବଂ ବ୍ଲକ୍ ପ୍ରଶାସନ କଳକୁ ଏପାଖ ସେପାଖ କରାଇ ଅନ୍ୟ ସୁବିଧା ନେବାର ମସୁଧା ଚଳାଉଥିବା ନେଇ ଅଭିେଯାଗ ହୋଇଛି। କର୍ମଚାରୀ ଜଣକ ତାଙ୍କ ନିଜ ମାଙ୍କ ନାମରେ ୨୦୧୪-୧୫ ଆର୍ଥିକ ବର୍ଷରେ ଇନ୍ଦିରାଆବାସ ପାଇଥିବାବେଳେ ତାଙ୍କ ବାପାଙ୍କ ନାମରେ ମଧ୍ଯ ପ୍ରଧାନମନ୍ରୀ ଆବାସ େଯାଜନାର ପ୍ରାୟୋରିଟି ଲିଷ୍ଟ ୧ନଂ ରେ ରଖô ଆଉ ଏକ ସରକାରୀ ଗୃହ ହାତେଇବାର ମସୁଧା ଚଳାଇଛନ୍ତି। ଏଥିସହ ୨୦୧୯-୨୦ ଆର୍ଥିକ ବର୍ଷରେ ତାଙ୍କ ନିଜ ନାମରେ ସିନ୍ଦୋଳ ପଂଚାୟତରେ ପ୍ରଧାନମନ୍ରୀ ଆବାସ େଯାଜନାର ଗୃହ ନେବାର ମଧ୍ଯ ମସୁଧା ମଧ୍ଯ କରୁଛନ୍ତି। ସଂପୃକ୍ତ କର୍ମଚାରୀଙ୍କ ଏ ସମସ୍ତ ତଥ୍ୟର ସମସ୍ତ ସରକାରୀ ପ୍ରମାଣପତ୍ର ବିଡିଓଙ୍କ ଠାରେ ଦାଖଲ କରିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଗ୍ରାମବାସୀଙ୍କ ପକ୍ଷରୁ ଅଭିେଯାଗ ହୋଇଥିଲା। ମାତ୍ର ବ୍ଲକ୍ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନହେବାରୁ ସରପ କୀର୍ନ ରାଉତଙ୍କ ସମେତ ଭୁବନାମୋହନ ମହାରଣା, ରାଧାରାଣୀ ବେହେରା, ରାମ ନାରାୟଣ ଦାସ, ଭାଗୀରଥି ମହାଳିକ, ଦେବେନ୍ଦ୍ର ବେହେରା, ରତିକାନ୍ତ ପଣ୍ଡା, ପଦ୍ମଲୋଚନ ପତି, ସଂଜୟ ବାରିକ, ସୁରେଶ ନାୟକ, ହୃଷିକେଶ ବେହେରା, ପ୍ରକାଶ ବାରିକ, ପ୍ରଭାତ ମହାଳିକ ଓ ବିଭାସ ବିଶ୍ବାଳ ପ୍ରମୁଖ ବିଡିଓଙ୍କୁ ଭେଟି ସଂପୃକ୍ତ କର୍ମଚାରୀଙ୍କୁ କେଉଁ ସ୍ବାର୍ଥରେ ଘ ଘୋଡାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ତେବେ ଦୁଇ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ସଂପୃକ୍ତ କର୍ମଚାରୀଙ୍କ ଭୋଟର ଲିଷ୍ଟ ଯା କରାଯାଇ ସରକାରୀ ସୁବିଧା ହାତେଇଥିବା ସଂପର୍କରେ ସବିଶେଷ ତଦନ୍ତ କରାଯିବା ଲାଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଦ୍ର୍ଧେଶ ଦେଇଥିବାର ଜଣାପଡିଛି। ଏବଂ ସମସ୍ତ ରିପୋର୍ଟ ମୂଳେ ତାଙ୍କୁ କୈଫତ ତଲବ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଗେୀଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
Related Stories
November 30, 2024