ବଲାଙ୍ଗିର, ଆଜି କୋସଲ ସମାଜ ତରଫରୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲାପଳ ଚଂଚଳ ରାଣାଙ୍କୁ ଏକ ୬ଦଫା ଦାବିପ୍ରତ୍ର ପ୍ରଦାନ କରାଯାଇଛି । ଭାରତରେ ଚାଲିଥିବା ଅପ ସଂସ୍କୃତିକୁ ରୋକାଯିବା ତଥା ଯୁବପିଢ଼ୀକୁ ବିପଥଗାମୀ ହେବାରୁ ରକ୍ଷା କରିବା ଏବଂ ନିଶାଦ୍ରବ୍ୟ ସେବାନକୁ ବନ୍ଦ କରିବା ନେଇ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ପଶ୍ଚିମ ଓଡ଼ିଶାର ୧୬ଟି ଜିଲ୍ଲାରେ କୋଟି କୋଟି ଟଙ୍କାର ପ୍ରାକୃତିକ ସଂପତ୍ତିଗଛିତ ଥିଲେ ମଧ୍ୟ ଏ ଅଞ୍ଚଳର ଯୁବ ମାନଙ୍କୁ ଚାକିରୀ ମିଳୁ ନାହିଁ । ତେଣୁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଆଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ପ୍ରାଥମିକ ସ୍ତରରୁ ବିଶ୍ଵବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ମାଗଣାରେ ଶିକ୍ଷାଦାନ କରାଯିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଆଧ୍ୟାତ୍ମିକତା ଶିକ୍ଷା ପ୍ରଦାନ କରାଯାଉ ଯାହାଦ୍ଵାରା ଚରିତ୍ରବାନ ମଣିଷ ସୃଷ୍ଟି ହୋଇପାରିବେ ବୋଲି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । କୋସଲ ସମାଜର ସଚିବ ଦିଲିଫ ପାଢ଼ିଙ୍କ ନେତୃତ୍ଵରେ କୋସଳ ସମାଜର ବହୁ କର୍ମକର୍ତ୍ତା ଓ ସଭ୍ୟସଭ୍ୟା ଏହି ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।
Related Stories
November 1, 2024