-
ସ୍ଵାମୀଙ୍କ ଘର ସମ୍ମୁଖରେ ପତ୍ନୀଙ୍କ ଧାରଣା
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ରାମଗିରି ଗ୍ରାମରେ ଜଣେ ବୋହୂ ସ୍ଵାମୀଘର ସମ୍ମୁଖରେ ଗତକାଲି ଠାରୁ ଧାରଣାରେ ବସିଥିବା ଜଣାପଡିଛି । ଏହି ଗ୍ରାମର ଶିବ ପ୍ରଧାନ ପରିବାରର ଗୁଜୁରାଣ ମେଟାଂଇବା ପାଇଁ ସୁରତକୁ କାମ କରିବାକୁ ଯାଇଥିଲେ । ସେଠାରେ ସେ କାମ କରିବା ସମୟରେ ଖଲ୍ଲିକୋଟ ବ୍ଲକ ଛଚିନା ଗ୍ରାମର ସନ୍ତୋଷ ବେହେରାଙ୍କ ଝିଅ ମାମିନାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁଇ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟେ ସୁରତର ସ୍ଵାମୀ ନାରାୟଣ ମନ୍ଦିରରେ ବିବାହ କରିଥିଲେ । ଏହାର କିଛି ଦିନ ପରେ ସ୍ଵାମୀ ଶିବ ମାମିନାଙ୍କୁ ଛାଡି କେଉଁଆଡେ ଚାଲିଯିବା ସହ ଫୋନ୍ କୁ ସୁଇଚ୍ ଅଫ୍ କରି ରଖିଛନ୍ତି । ଫଳରେ ସ୍ଵାମୀଙ୍କ କୌଣସି ଖୋଜ ଖବର ନପାଇ ଗତକାଲି ଠାରୁ ମାମିନା ରାମଗିରି ଆସି ସ୍ଵାମୀଙ୍କ ଘର ସମ୍ମୁଖରେ ଧାରଣାରେ ବସି ରହିଥିବା ଜଣାପଡିଛି । ଘଟଣାସ୍ଥଳରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ସ୍ଥିତି ଉପରେ ନଜର ରଖିଛି ।