-
ଅପରାହ୍ନ ୫ଟାରୁ ରାତି୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ
ପୁରୀ, ବୁଧବାର, ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ଶ୍ରୀଜୀଉ ମାନଙ୍କ ‘ବନକଲାଗି’ ବା’ ଶ୍ରୀମୁଖ ସିଂହାର ‘ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ଵିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ଆପାତତଃ ଅପରାହ୍ନ ୫ଟା ରୁ ରାତି୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ ।
ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବାକୁ ବନକଲାଗି ନୀତି କୁହାଯାଏ । ଏହା ଏକ ଗୁପ୍ତ ସେବା । ତେଣୁ ଶ୍ରୀବିଗ୍ରହ ମାନଙ୍କ ଏହି ଗୁପ୍ତ ନୀତି ସମୟରେ ଦର୍ଶନ ବନ୍ଦ ରହିଥାଏ । ଦଇତାପତି ମାନେ ଶ୍ରୀଜିଉଙ୍କ ଏହି ସେବା କାର୍ଯ୍ୟ କରିଥାନ୍ତି । ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତିରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, ପ୍ରାକୃତିକ କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର ହୋଇଥାଏ ।