-
ଜନଗଣନା ପରେ ବ୍ଲକ ଗୁଡିକ ପୁନର୍ଗଠନ କରିବାକୁ ନିଆ ଯିବା ପଦକ୍ଷେପ – ପଂଚାୟତିରାଜ ମନ୍ତ୍ରୀ
ଭୁୁବନେଶ୍ୱର,ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଅନେକ ବଡ ବଡ ବ୍ଲକ ରହିଛି । ଏହି କାରଣରୁ ଲୋକ ମାନଙ୍କୁ ଭାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏପରି ବ୍ଲକ ଗୁଡିକର ପୁନର୍ଗଠନ କରିବା ଆବଶ୍ୟକ ବୋଲି ବିଧାନସଭାକେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ମାନେ ଦାବି କରିଥିଲେ । ପ୍ରଫୁଲ୍ଲ ସାମଲଙ୍କ ମୂଳ ପ୍ରଶ୍ନ ଓ ଅନ୍ୟ ସଭ୍ୟ ମାନଙ୍କ ଅତିରିକ୍ତ ପ୍ରଶ୍ନର ଉତରରେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ ୨୦୨୧ ମସିହାରେ ଜନଗଣନା ହେବାର ଥିଲା । ମାତ୍ର କୌଣସି କାରଣରୁ ଏହା ହୋଇ ପାରି ନାହିଁ । ଜନଗଣନା ହେବା ପରେ ଏ ଦିଗରେ ପଦକ୍ଷେପ ନିଆ ଯିବ ।
ବଡଚଣା ଓ ଜଳେଶ୍ୱର ଭଳି ବ୍ଲକରେ ୫୦ -୫୦ ପଂଚାୟତ ରହିିଛି । ଏତେ ସଂଖ୍ୟାରେ ପଂଚାୟତ ଗୋଟିଏ ବ୍ଲକରେ ଥିବାରୁ ସେଠାରେ ଲୋକ ମାନଙ୍କୁ ଖୁବ ହଇରାଣ ହେବାକୁ ପଡୁଛି । ସେହିପରି ରାଜ୍ୟରେ ଅନେକ ବ୍ଲକ ଏପରି ଅଛି େ ଯଉଁ ଠାରେ ଖୁବ ଅଧିକ ସଂଖ୍ୟାରେ ପଂଚାୟତ ରହିଛି । ଲୋକ ମାନଙ୍କ ନିକଟକୁ ପ୍ରଶାସନକୁ ପହଂଚାଇବାକୁ ହେଲେ ଏହି ବଡ ବଡ ବ୍ଲକର ପୁନର୍ଗଠନ କରା ଯିବାର ଆବଶ୍ୟକତା ଅଛି ବୋଲି ବିଧାୟକ ମାନେ କହିଥିଲେ ।