-
ସ୍ୱାଭାବିକ ରହିଛି ଯାନବାହାନ ଚଳାଚଳ
ଭୁବନେଶ୍ୱରସ ,ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ପାଳନ କରାଯାଉଛି । ତେବେ ଏହି ଆନ୍ଦୋଳନର ବିଶେଷ ପ୍ରଭାବ ଦେଖ୍ୱାକୁ ମିଳି ନାହିଁ । ବନ୍ଦକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଅନ୍ୟ ପ୍ରମୁଖ ସ୍ଥାନ ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରା ଯାଇଛି ।
ରାଜ୍ୟର ଅଧିକାଂଶ ସ୍ଥାନରେ ବସ୍ ସମେତ ଅନ୍ୟାନ୍ୟ ଯାନବାହାନ ଚଳାଚଳ ସକାଳେ ସ୍ୱାଭାବିକ ଥିବାର ସୂଚନା ରହିଛି । କଟକ-ଭୁବନେଶ୍ୱରରେ ମୋ ବସ୍ ଚଳାଚଳ କାରୁଛି । କିଛି ସ୍ଥାନରେ ଓଡ଼ିଶା ବନ୍ଦ ପାଳନ ବେଳେ ପୋଲିସ ସହ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ଲକ୍ଷ୍ମୀସାଗର ଛକରେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ।
ଏଣେ ବନ୍ଦ ପାଳନ ବେଳେ ଅପ୍ରୀତିକର ପରିସ୍ଥିତ ଯେପରି ନ ଘଟେ ସେଥିପ୍ରତି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକାଂଶ ବଡ଼ବଡ଼ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।
ରୁଚିକା ଓ ତାଙ୍କ ପରିବାରକୁ ନ୍ୟାୟ ପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ରାଜରାସ୍ତା ଠାରୁ ଆରମ୍ଭ କରି ପ୍ରତି କଲେଜ୍ ସମ୍ମୁଖରେ ଦୃଢ଼ ପ୍ରତିବାଦ କରାଯିବ । ବନ୍ଦକୁ ସଫଳ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।
ଏଣେ ଭୁବନେଶ୍ୱରରେ ଲୋକସେବା ଭବନ ଓ ଖାରବେଳ ଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସବୁ କର୍ମଚାରୀ ୯ଟା ୩୦ ସୁଦ୍ଧା ଅଫିସ୍ରେ ପହଞ୍ଚିବାକୁ କୁହାଯାଇଥିଲା । ଆଜି କୌଣସି ବାହାରର ଲୋକଙ୍କୁ ଲୋକସେବା ଭବନକୁ ଯିବା ପାଇଁ ଅନୁମତି ମିଳିବ ନାହିଁ । ସେହିପରି ବିଧାନସଭା ଅଧିବେଶନ ଚାଲିଥିବାରୁ ଆଖପାଖ ଅଞ୍ଚଳରେ ସୋମବାର ରାତିରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।