କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,
ପୁରୀ ଜିଲ୍ଲାର ମୁଷ୍ଟିଯୋଦ୍ଧା ସନ୍ତୋଷ ଭୋଇ ପିଲାଟି ଦିନରୁ ବକ୍ସିଂ ପ୍ରଶିକ୍ଷଣ ନେଉଛନ୍ତି ଓ ଅନେକ ରାଜ୍ୟ ପ୍ରତିଯୋଗିତା ଜିତି ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି।
ଜାତୀୟ ପୁରୁଷ ବକ୍ସିଂ ପ୍ରଶିକ୍ଷଣ ଶିବିର ପରୀକ୍ଷଣରେ ଅଂଶଗ୍ରହଣ ନିମନ୍ତେ ଯୋଗ୍ୟ ମୁଷ୍ଟିଯୋଦ୍ଧା ଙ୍କୁ ବଞ୍ଚିତ କରିବା ବିରୁଦ୍ଧରେ ସେ ଅଭିଯୋଗ କରିଛନ୍ତି ।
ଗତ 2 ରୁ 5 ମଇ ତାରିଖ ପର୍ଯ୍ୟନ୍ତ ସାଇ ଏନଏସ ଏନ ଆଇଏସ୍ ପଟିଆଲା ରେ ବରିଷ୍ଠ ପୁରୁଷ ବକ୍ସରଙ୍କ ପାଇଁ ଜାତୀୟ ଚୟନ ପରୀକ୍ଷଣ ଅନୁଷ୍ଠିତ ହୋଇଥିଲା କିନ୍ତୁ ଓଡିଶାରୁ ଦଳ ଚୟନ ନ କରାଯାଇ ସମ୍ପାଦକ ତାଙ୍କ ମନଇଚ୍ଛା ଖେଳାଳୀ ପଠେଇଥିବା ଅଭିଯୋଗ ହୋଇଛି।
ସନ୍ତୋଷ ଅଭିଯୋଗ କରିଛନ୍ତି ଯେ ଉକ୍ତ ଚୟନ ଶିବିର ପରୀକ୍ଷଣ ପୂର୍ବରୁ ରାଜ୍ୟ ଦଳ ଚୟନ ହେବା କଥା କିନ୍ତୁ ଏ ବିଷୟରେ ସମ୍ପାଦକ ଅନୀଲ ବୋଇଦାର ତାଙ୍କୁ ଓ ଅନ୍ୟ ଖେଳାଳିଙ୍କୁ କିଛି ସୂଚନା ଦେଇ ନ ଥିଲେ।
ଯଦି ରାଜ୍ୟ ଦଳ ଚୟନ କରିବା ପାଇଁ ସମୟ ର ଅଭାବ ଥିଲା ତେବେ ଗତବର୍ଷ ଯେଉଁ ଖେଳାଳି ପ୍ରଥମ ହୋଇ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବେ ସେହି ଖେଳାଳିଙ୍କୁ ଜାତୀୟ ଚୟନ ପରୀକ୍ଷଣ ରେ ଅଂଶଗ୍ରହଣ କରିବା ପାଇଁ ପଠେଇବା କଥା କିନ୍ତୁ ସମ୍ପାଦକ ତାହା ମଧ୍ୟ କଲେ ନାହିଁ।
ସନ୍ତୋଷ ଯେତେ ବେଳେ ଏହି ଜାତୀୟ ଚୟନ ଶିବିର ବିଷୟରେ ଜାଣିବାକୁ ପାଇଲେ ତେବେ ସେ ରାଜ୍ୟ ଆମେଚର ବକ୍ସିଂ ଆସେସସେନ ସମ୍ପାଦକ ଅନୀଲ ବୋଇଦାରଙ୍କୁ ଏହି ବିଷୟରେ ପଚାରିଥିଲେ ମଧ୍ୟ ତାଙ୍କୁ ସେ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି |