-
ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ,
ରାଜ୍ୟସ୍ତରୀୟ ସଂସ୍କୃତିକ ଅନୁଷ୍ଠାନ ‘ସୁଧା’ ଓ ଆମ୍ବେଦକର ଫାଉଣ୍ଡେସନ୍ ଭାରତ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ସଶସ୍ତୀକରଣ ବିଭାଗର ସ୍ଵାୟତ ସଂସ୍ଥା ମିଳିତ ଭାବେ ସ୍ଥାନୀୟ ସଂସ୍କୃତିକ ଭବନଠାରେ ୨୦ ରୁ ଉର୍ଦ୍ଧ୍ବ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅପ୍ରେଲ ୧୪ ତାରିଖରେ ସଂସ୍କୃତି
ଭବନ ଠାରେ ଅନୁଷ୍ଠିତ ବକୃତା, ରଚନା ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା |ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଏବଂ ନିମନ୍ତ୍ରୀତ ଅତିଥି ପୁରସ୍କୃତ କରିଥିଲେ ।
ଯୁବ ସମାଜଙ୍କ ମଧ୍ୟରେ ଥିବା ସତ୍ୟ, ପ୍ରେମ, ଶାନ୍ତି, ଧର୍ମ ଓ ଅହିଂସା ଆଦି ଅନ୍ତର୍ନିହିତ ଶକ୍ତିର ବିକାଶ ସହିତ ଜାତିବାଦ, ଅସ୍ପୃଶ୍ୟତା ଏବଂ ହିଂସା ଭାବରେ ଉର୍ଦ୍ଧ୍ବରେ ରହି ସୌହାର୍ଯ୍ୟ ପୂର୍ଣ୍ଣ ବାତାବରଣ ସହିତ ନିଜକୁ କିପରି ଏକ ସୁନାଗରିକ ଭାବରେ ଗଢ଼ୀ ତୋଳିବେ ସେ ବିଷୟରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମ କୁ ସୁଧାର ଅଧ୍ୟକ୍ଷ ଶ୍ରୀ ସଂଜୟ କୁମାର ମିଶ୍ର ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ
ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗାମାଧବ କର ଓ ଆଇନଜୀବୀ ତଥା ସମାଜସେବୀ ନରେନ୍ଦ୍ର ନାଥ ସାମନ୍ତରାୟ ସଂମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ |