-
ଜିଏସଟି କେବଳ କମ୍ପାନୀଙ୍କ ଦ୍ୱାରା ପ୍ୟାକେଟ କରି ବିକ୍ରୀ ହେଉଥିବା ଚୁଡା ମୁଢୀ ଉପରେ
ଭୁବନେଶ୍ୱର , ଗ୍ରାମାଂଚଳରେ ବିକ୍ରୀ ହେଉଥିବା ଚୁଡା ମୁଢି ଉପରେ ଜିଏସଟି ଲାଗିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ । ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଦ୍ୱାରା ପଚରା ଯାଇଥିବା ଏକ ପ୍ରଶ୍ନର ଉତରରେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଜିଏସଟି ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ । ଏହି ଜିଏସଟି କେବଳ କମ୍ପାନୀମାନଙ୍କରେ ହେଉଥିବା ପ୍ୟାକେଟ୍ ଉପରେ ଲାଗୁହେବ । ଗ୍ରାମାଂଚଳରେ ବିକ୍ରି ହେଉଥିବା ଖୁଚୁରା ବ୍ୟବସାୟ କିମ୍ବା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡିବନି ବୋଲି ସେ କହିଛନ୍ତି ।
ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରଶ୍ନ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯଦି କେନ୍ଦ୍ର ସରକାର ଏହା ଉପରେ ଜିଏସଟି ଲଗାଉଛନ୍ତି ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ନ ଲଗାନ୍ତୁ ବୋଲି ଦାବି କରିବା ସହ ଯଦି ଲାଗୁ କରିବେ ତେବେ ନିଜ ତାହାକୁ ବହନ କରନ୍ତୁ ବୋଲି ଦାବି କରିଥିଲେ ସୁରେଶ ରାଉତରାୟ ।