ଜୟପୁର, ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଗୋଷ୍ଠି ଶୌଚାଳୟ ନିର୍ମାଣ କରିବାକୁ ଦାବୀ ହୋଇଛି । ଉମୁରି ସରପଞ୍ଚ ସବିତା ନାୟକଙ୍କ ନେତୃତ୍ଵରେ ଗ୍ରାମବାସୀ ମାନେ ଜୟପୁର ଉପ ଜିଲାପାଳ ବେଦବର ପ୍ରଧାନଙ୍କ ଦ୍ଵାରସ୍ଥ ହୋଇ ଦାବୀ ପତ୍ର ପ୍ରଦାନ କରିଛନ୍ତି।
ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ, ଉମୁରି ପଞ୍ଚାୟତକୁ ଲାଗି ମୁଖ୍ୟ ଚିକିତ୍ସାଳୟ ଅଛି । ଏହି ଚିକିତ୍ସାଳୟରେ ଦିନକୁ ଦିନ ଅନେକ ରୋଗି ଆସି ଚିକିତ୍ସିତ ହେଉଛନ୍ତି । ଚିକିତ୍ସାଳୟ ନିକଟରେ କୌଣସି ଶୌଚାଳୟ ନାହିଁ । ଯଦ୍ଵାରା ରୋଗିକୁ ସେବା କରିବା ଲୋକେ ଶୌଚ ହେବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପରିବେଶ ଦୂଷିତ ହେଉଛି । ଗ୍ରାମବାସୀ ଏ ବାବଦରେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ତେଣୁ ପ୍ରଶାସନ ତୁରନ୍ତ ଜିଲା ଚିକିତ୍ସାଳୟ ନିକଟରେ ଏକ ଗୋଷ୍ଠି ଶୌଚାଳୟ ନିର୍ମାଣ କରିବାକୁ ସରପଞ୍ଚଙ୍କ ସହ କେଶବ ହରିଜନ, ଲଲି ନାୟକ, ମନୋ ଖରା ପ୍ରମୁଖ ଉପସ୍ଥିତ ରହି ଦାବୀପତ୍ର ପ୍ରଦାବ କରିଛନ୍ତି।