ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ଜାତୀୟ ରାଜପଥ ନମ୍ବର ୩୨୬ କୁ ଲାଗି ରହିଥିବା କାଲିମେଳା ହାଟପଦା ଠାରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖ ଏଟିଏମକୁ ଗତକାଲି ବିଳମ୍ବିତ ରାତ୍ରରେ ଦୁର୍ବୁତ୍ତ ମାନେ ଲୁଟ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, କିଛି ଦୁର୍ବୁତ୍ତ ରବିବାର ବିଳମ୍ବିତ ରାତ୍ରରେ କାଲିମେଳା ହାଟପଦା ଠାରେ ଥିବା ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ ରୁ ଟଙ୍କା ଲୁଟ କରିବା ପାଇଁ ପଶିଥିଲେ। ପ୍ରଥମେ ସେମାନେ ସେଠାରେ ଲାଗିଥିବା ଗୋଟିଏ ସିସିଟିଭିକୁ ଭାଙ୍ଗି ଦେଇଥିଲେ। ପରେ ଏଟିଏମ ଭାଙ୍ଗିବା ପାଇଁ ଉଦ୍ୟମ କରି ଏଟିଏମ ମେସିନର ପ୍ରଥମ ଲକ ଭାଙ୍ଗିବା ପରେ ସାଇରନ ବାଜିବାରୁ ବ୍ୟାଙ୍କରେ ଶୋଇଥିବା କର୍ମଚାରୀ ମାନେ ଉଠି ଆସିବାରୁ ଦୁର୍ବୁତ୍ତ ମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ବ୍ୟାଙ୍କ କର୍ତୁପକ୍ଷ କାଲିମେଳା ଥାନାରେ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।