ଭୁବନେଶ୍ୱର, ବାରିପଦା ଓ କୋରାପୁଟ ସ୍ଥିତ ମେଡିକାଲ କଲେଜରେ ଆବଶ୍ୟକୀୟ ପ୍ରଫେସର ନ ଥିବା ପ୍ରସଙ୍ଗ ସୋମବାର ଦିନ ବିଧାନସଭାରେ ଉଠିଛି । ବିଜେପି ବିଧାୟକ ସନାତନ ବିଜୁଳି ବାରିପଦା ମେଡିକାଲ କଲେଜ କଥା ଉଠାଇଥିବା ବେଳେ ତାରା ପ୍ରସାଦ ବାହିନୀପତି କୋରାପୁଟ ମେଡିକାଲ କଲେଜରେ ପ୍ରଫେସର ମାନଙ୍କର ଅଭାବ ଥିବା କଥା ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତରରେ ଆଲୋଚନା ବେଳେ କହିଥିଲେ । ଉଭୟ ବିଧାୟକ କହିଥିଲେ ଯେ ଏହି ମେଡିକାଲ କଲେଜ ଗୁଡିକ କେବଳ ରେଫରାଲ ହସପିଟାଲ ଭଳି କାମ କରୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ପ୍ରସଙ୍ଗରେ ସେ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
Related Stories
November 25, 2024