ଭଦ୍ରକ – ଶିଶୁମାନେ ଜାତିର ମହକ, ସର୍ବଶ୍ରେଷ୍ଠ ସଂପଦ। କିନ୍ତୁ ଆଜିର ଯାନ୍ରିକ ଦୁନିଆରେ ପିଲାଦିନ ହଜିଯାଇଛି। ଟୁ୍ୟସନ, କୋଚିଂ ଓ ମୋବାଇଲ୍ ମଧ୍ଯରେ ବାନ୍ଧି ହୋଇଯାଇଛନ୍ତି ପିଲାମାନେ। ସେମାନେ ଚାପଗ୍ରସ୍ଥ ଜୀବନ ବିତାଉଛନ୍ତି। ଏପରି ସ୍ଥଳେ ପିତା-ମାତା, ଗୁରୁଜନ ଓ ଶିକ୍ଷକମାନେ ପିଲାମାନଙ୍କୁ ଅଧିକ ସମୟ ଦେବା ସହ ନିତି ଶିକ୍ଷା ମାଧ୍ଯମରେ ସେମାନଙ୍କୁ ସଂସ୍କାରିତ କରିବା ଓ ଶୈଶବକୁ ଚାପମୁକ୍ତ କରିବା ନିହାତି ଜରୁରୀ ବୋଲି ଆଜି ଜିଲାସ୍କୁଲ, ଭଦ୍ରକ ଠାରେ ଅନୁଷ୍ଠିତ ଶିଶୁ ଦିବସରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁ ଅଧ୍ଯକ୍ଷତା କରିଥିବାବେଳେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ ମୁଖ୍ୟ ଅତିଥି ଭାବେ େଯାଗଦେଇଥିଲେ। ପ୍ରାରମ୍ଭରେ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ ପରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଶିକ୍ଷକ ଅଶୋକ କୁମାର ଶତପଥୀ ସ୍ବାଗତ ଭାଷଣ ଦେବା ସହ ଏହି ଉସôବ ଆୟୋଜନରେ ପ୍ରାକ୍ତନ ଛାତ୍ର ରବିନାରାୟଣ ମହାନ୍ତିଙ୍କ ଅବଦାନ ସଂପର୍କରେ ମତବ୍ୟକ୍ତ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ମଧ୍ଯରେ ଧୀରାମଣୀ ଲେଙ୍କା, ରତିକାନ୍ତ ବେହେରା, ତପସ୍ବିନୀ ଦାସ, ନରେନ୍ଦ୍ର ପ୍ରସାଦ ସାହୁ, ମନୋଜ ରାୟ, ମିଲ୍ଲି ପରିଡା ଓ ଅକ୍ଷୟ କୁମାର ନାୟକ ପ୍ରମୁଖ େଯାଗଦେଇ ଶିଶୁ ଦିବସର ଗୁରୁତ୍ବ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଶ୍ରୀ ମହାନ୍ତି ନିଜ ପିତା ଡାକ୍ତର ରାଧାମାଧବ ମହାନ୍ତି ଓ ଜେଜେବାପା ଡ. ନାରାୟଣ ପ୍ରସାଦ ମହାନ୍ତିଙ୍କ ସ୍ମୃତିରେ ବିଗତ ୬ ବର୍ଷ ଧରି ପ୍ରଦାନ କରିଆସୁଥିବା ସ୍କଲାରସିପ୍ ଗୁଡିକୁ ଅତିଥିମାନଙ୍କ ଦ୍ବାରା ପ୍ରଦାନ କରିଥିଲେ। ଏଥିସହ ଶିଶୁ ଦିବସ ସଂପର୍କିତ ପ୍ରବନ୍ଧ ପ୍ରତିେଯାଗିତାରେ କୃତୀ ପ୍ରତିଭା ମାନଙ୍କୁ ମଧ୍ଯ ପୁରସ୍କୃତ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ପ୍ରାକ୍ତନ ଛାତ୍ର ଶ୍ରୀ ମହାନ୍ତିଙ୍କୁ ତାଙ୍କ ମହତ୍ କାର୍ଯ୍ୟ ପାଇଁ ବିଦ୍ୟାଳୟ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଜିର ଏହି ଉସôବକୁ ଶିକ୍ଷୟିତ୍ରୀ ଗୀତାରାଣୀ ସ୍ବାଇଁ, ଅକ୍ଷୟ ସେଠୀ, ରାଜେନ୍ଦ୍ର ପ୍ରସାଦ ନାୟକ, ମୁରାଦ ଅଲ୍ଲୀ ଖାନ୍, ସୁଷମା ବେହେରା, ମିନତୀ ପଣ୍ଡା, ଜୟନ୍ତୀ କରଶର୍ମା, ଲିପ୍ସିତା ବିଶ୍ବାଳ, ସୁବାସିନୀ ମିଶ୍ର, ନମିତା ବେହେରା, ପ୍ରତିମା ପଣ୍ଡା ଓ ସ୍ବର୍ଣ୍ଣପ୍ରଭା ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ବିଦ୍ୟାଳୟର କର୍ମଚାରୀ ଦେବେନ୍ଦ୍ର ମହାପାତ୍ର, ଅମରେନ୍ଦ୍ର ରାଉତ, ରମାକାନ୍ତ ଜେନା ଓ ସ୍ମରଜିତ୍ ମହାନ୍ତି ଏଥିରେ ସହାୟତା କରିଥିଲେ। ଶେଷରେ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
November 30, 2024