ଭୁବନେଶ୍ୱର, ଚଳିତ ବଜେଟରେ ମାଇନିଂ କ୍ଷେତ୍ରରୁ ଯେତିକି ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖା ଯାଇଛି ଯଦି ସେତିକିକୁ କମ ରାଜସ୍ୱ ଆଦାୟ ହୁଏ ତେବେ ଏହାକୁ ଭରଣା କରିବାକୁ ବଜେଟ ଷ୍ଟାବିଲାଇଜେସନ ଫଣ୍ଡର ବ୍ୟବସ୍ଥା କରା ଯାଇଛି । ତେଣୁ ଏପରି ସ୍ଥିତି ଉତ୍ପନ୍ନ ହେଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ କହିଛନ୍ତି ।
ପ୍ରଶ୍ନକାଳରେ ବିଧାୟକ ଭୁପିନ୍ଦର ସିଂହ ପ୍ରଶ୍ନ କରିଥିଲେ ଯେ ମାଇନିଂ କ୍ଷେତ୍ରରେ ଚଳିତ ବଜେଟରେ ଯେତିକି ଅର୍ଥ ରାଜସ୍ୱ ଆକାରରେ ମିଳିବାର ଲ କ୍ଷ୍ୟ ରଖା ଯାଇଛି ଯଦି ସେତିକି ରାଜସ୍ୱ ହାସଲ ନ ହୁଏ ତେବେ ଏହାର ବ୍ୟବସ୍ଥା କିପରି କରା ଯିବ ।
ଏହାର ଉତରରେ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ କହିଥିଲେ ଯେ ମାଇନିଂ କ୍ଷେତ୍ରରୁ ଆସୁଥିବା ରାଜସ୍ୱ ସବୁବେଳେ ତରଙ୍ଗ ପରି ହୋଇଆଏ । କେତେବେଳେ ଏହା ବେଶୀ ହୁଏ ତ କେତେବେଳେ ଏହା କମ ହୁଏ । ତେଣୁ ଏହାକୁ ଆଖି ଆଗରେ ରଖି ସରକାର ବଜେଟ ଷ୍ଟାବିଲାଇଜେସନ ଫଣ୍ଡର ବ୍ୟବସ୍ଥା କରିଛନ୍ତି । ଏଥିରେ ଦଶ ହଜାର କୋଟି ଟଙ୍କାର ବ୍ୟବସ୍ଥା କରା ଯାଇଥିବା ସେ ସୂଚନା ଦେଇଛନ୍ତି ।