ଭୁୁବନେଶ୍ୱର, ରାଜ୍ୟସଭାରେ ଦ୍ୱିତୀୟ ଥର ପାଇଁ ଶପଥ ନେଇଛନ୍ତି ଓଡିଶା ସାଂସଦ ସସ୍ମିତ ପାତ୍ର । ଶ୍ରୀ ପାତ୍ର ସୋମବାର ଦିନ ରାଜ୍ୟସଭା ସଦସ୍ୟ ଭାବେ ମାତୃଭାଷା ଓଡିଆରେ ଶପଥ ଗ୍ରହଣ କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ରାଜ୍ୟସଭା ନିର୍ବାଚନ ପାଇଁ ଖାଲି ପଡ଼ିଥିବା ୩ଟି ଆସନରେ ବିଜେଡିରୁ ମାନସ ମଙ୍ଗରାଜ, ସୁଲତା ଦେଓ ଓ ସସ୍ମିତ ପାତ୍ର ନିର୍ବାଚିତ ହୋଇଥିଲେ । ପୂର୍ବରୁ ମାନସ ମଙ୍ଗରାଜ ଓ ସୁଲତା ଦେଓ ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଇଥିବା ବେଳେ ଆଜି ସସ୍ମିତ ପାତ୍ର ଶପଥ ନେଇଛନ୍ତି ।