
ରାଉରକେଲା, ଗାଧୋଇବା ବେଳେ ଗୋଡ ଖସିଯିବାରୁ ଅଥଳ ଜଳରେ ବୁଡି ରାଉରକେଲା ଇସ୍ପାତ କାରଖାନାର ଜଣେ ଅଫିସରଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାମ ବିଶ୍ଵଜିତ ଜେନା(୩୨) ସେ ଆରଏସପିର ଇନଷ୍ଟୂମେନଟେସନ ବିଭାଗରେ କାମ କରୁଥିଲେ । ତେବେ ନିଜର ୩ ବନ୍ଧୁ ଓ ପରିବାର ବର୍ଗଙ୍କ ସହ ମିଶି ଏମାନେ ପିତାମହଲ ଡ୍ୟାମକୁ ଗାଧେଇବାକୁ ଯାଇଥିଲେ। ସେଠାରେ ୩ ବନ୍ଧୁ ମିଶି ଗାଧୋଇବା ବେଳେ ହଠାଥ ବିଶ୍ଵଜିତ ଅଥଳ ପାଣିକୁ ଚାଲିଯାଇ ବୁଡିଯିବାକୁ ଆରମ୍ଭ କଲେ। ଏହାକୁ ଦେଖି ତାଙ୍କର ୨ ବନ୍ଧୁ ତାଙ୍କୁ ବଂଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଅଗ୍ନିସମ ବିଭାଗ ଚେଷ୍ଟାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକଙ୍କର ପତ୍ନୀ ଓ ୨ବର୍ଷର ଝିଅ ଥିବା ଖବର ମିଳିଛି । ବ୍ରାହ୍ମଣୀତରଙ୍ଗ ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।