କନ୍ଧମାଳ, ରାଜ୍ୟରେ କରୋନା ପୁଣି କାୟା ବିସ୍ତାର କରିବାରେ ଲାଗିଛି। ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ଆଜି ପୁଣି ୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ଗତକାଲି ରବିବାର ୭ ନୂଆ ପଜିଟିଭକୁ ମିଶାଇ ଏଯାଏଁ ପଜିଟିଭ ସଂଖ୍ୟା ୨୪ ରେ ପହଞ୍ଚିଛି ।ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ କଟକଣା ଆରମ୍ଭ କରାଯାଇ ନ ଥିବାରୁ ଲୋକେ ମାସ୍କ ପିନ୍ଧିବା, ସାମାଜିକ ଦୂରତାକୁ ଆଉ ମାନୁ ନାହାଁନ୍ତି। ଅନ୍ଯପକ୍ଷରେ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ସବୁ ଖୋଲି ଯାଇଛି। ସେଠାରେ ଛୋଟଛୋଟ ପିଲା ମାନେ ମଧ୍ୟ କରୋନା ସଂକ୍ରମଣ ପାଇଁ ଥିବା ସାମାଜିକ ଦୂରତାକୁ ମାନୁନାହାନ୍ତି । ଫଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିରେ ପିଲା ମାନଙ୍କର ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି।
ଏଣୁ ଆଗକୁ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଵାର ଆଶଙ୍କା ରହିଛି ।ସେଥିପାଇଁ ଜିଲ୍ଲା ପ୍ରଶାସନ ସଜାଗ ହୋଇ ଗ୍ରାମରୁ ସହର ଯାଏ କରୋନା ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣ ପ୍ରତି ସତର୍କ ଦୃଷ୍ଟି ରଖିବା ଜରୁରୀ ।