ଭୁୁବନେଶ୍ୱର, ଚୁଡା,ମୁଢି,ଉଖୁଡା, ଖଈ ଆଦି ଦ୍ରବ୍ୟ ଉପରେ ଜିଏସଟିି ଲାଗୁ କରିବା ନିଷ୍ପତି କେନ୍ଦ୍ର ସରକାରଙ୍କର ଗରିବଙ୍କ ପେଟକୁ ନାତ ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସହ ଏହି ନିଷ୍ପତିର ଦୃଢ଼ ନିନ୍ଦା କରିଛନ୍ତି । ସେ ଉଭୟ ସରକାରଙ୍କୁ ତାଛଲ୍ୟ କହିଛନ୍ତି କି ଯଦି ସରକାରଙ୍କର ରାଜସ୍ୱ ନିଅଂଟ ହେଉଛି ,ସରକାର ତେବେ ମନ୍ଦିର,ମସଜିଦ,ଗୀର୍ଜା, ଗୁରୁଦ୍ୱାର ଆଦି ଧର୍ମାନୁଷ୍ଠାନକୁ ଯାଉଥିବା ଭକ୍ତଙ୍କ ଉପରେ ଏବଂ ଦେଉଥିବା ଦାନ ଉପରେ ମଧ୍ୟ ଜିଏସଟି ଲଗେଇଦିଅନ୍ତୁ । ଓଡ଼ିଶାର ଜନସାଧାରଣଙ୍କ ବିଶେଷ କରି ମୟୁରଭଞ୍ଜ,କେନ୍ଦୁଝର,ବାଲେଶ୍ୱର,ଭଦ୍ରକ ଜିଲ୍ଲାର ଗରିବ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଭାବେ ମୁଢି,ଚୁଡା,ଉଖୁଡା,ଖଇ ଉପରେ ଜିଏସଟି ଲାଗିବାକୁ ନେଇ ରାଜ୍ୟ ସରକାର ବିରୋଧ ନ କରି ଚୁପ ରହିବା ରାଜ୍ୟ ଜନସାଧାରଣଙ୍କ ପ୍ରତି ରାଜ୍ୟ ସରକାରଙ୍କ କେତେ ଭଲ ପାଇବା ଜଣାପଡୁଛି ।ଉଭୟ ବିଜେଡି ଓ ବିଜେପି ଏକ ବୋଲି ଏକଥା ରାଜ୍ୟ ଜନ ସାଧାରଣ ବୁଝିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି ।
Related Stories
November 1, 2024