ମାଲକାନଗିରି, ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ଏସଟିଇଏମ ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଛି । ଖଇରପୁଟ ଏବଂ ମାଥିଲି ବ୍ଲକର ୫ଟି ବିଦ୍ୟାଳୟରେ ଆଜି ଏହି ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଶିଭୂଷଣ ମିଶ୍ର। ପାଠ ପଢ଼ିବା ଅପେକ୍ଷା ଶିଶୁମାନେ ପାଠ ଶିଖିବା ଦରକାର ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଥିଲେ । ଆନ୍ତର୍ଜାତିକ ସଂଗଠନ ଚାଇଲ୍ଡ ଫଣ୍ଡ ଇଣ୍ଡିଆ ତରଫରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ସାଇନ୍ସ, ଟେକ୍ନୋଲୋଜି , ଇଂଜିନିୟରିଂ ଏବଂ ଗଣିତର ପ୍ରାକ୍ଟିକାଲ ଜ୍ଞାନ ଆହରୋଣ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏହି ପ୍ରୟାସ । ଏହି ପ୍ରକଳ୍ପ ଦ୍ବାରା ଛାତ୍ରଛାତ୍ରୀମାନେ ପାଠ୍ୟ ପୁସ୍ତକରେ ଯାହା ପଢୁଥିଲେ ତାକୁ ସେମାନେ ପ୍ରାକ୍ଟିକାଲ କରିପାରିବେ ବିଜ୍ଞାନ, ଗଣିତ ଓ ଇଂଜିନିୟରିଂର ୮୯ଟି ମଡେଲ ସହିତ ଏକ ପାଠାଗାର ଓ ସ୍ମାର୍ଟ କ୍ଲାସ୍ ଉପକରଣ ମଧ୍ୟ ବିଦ୍ୟାଳୟ ମାନଙ୍କୁ ପ୍ରଦାନ କରାଯାଇଛି । ମାଥିଲି ବ୍ଲକର ନାୟକଗୁଡ଼ା, ଚାଉଳମେନ୍ଦି, ଆମ୍ବାଗୁଡ଼ା ଏବଂ ଖଇରପୁଟ ବ୍ଲକର ପୁରୁଣାଗୁମ୍ମା ଓ କୁଡୁମୁଲୁଗୁମ୍ମା ବିଦ୍ୟାଳୟରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି ।
କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସିଆରସିସି ଉମେଶ ଚନ୍ଦ୍ର ଦାସ , ୱାର୍ଡମେମ୍ବର ଫୁଲମତି ଭୁମିଆ, ବିଦ୍ୟାଳୟ ସଭାପତି ଦମୟନ୍ତୀ ବାକା, ତେଜସ୍ବୀ ବିଶେନ, ଚାଇଲ୍ଡ ଫଣ୍ଡର କ୍ଷେତ୍ର ଅଧିକାରୀ ରାଜେଶ ପଟ୍ଟନାୟକ, କ୍ଷେତ୍ର ସଂଯୋଜକ ଅଶୋକ ମହାରଣା, ସୁକେଶ ମିର୍ଧା, ଚନ୍ଦ୍ରଶେଖର ନାୟକ, ଯୋଗିତା ପୂଜାରୀ, ସୁମିତ୍ରା କୋପେ, ଲଲିତା, ପଦ୍ମା, ମହେଶ୍ଵର, କମରଲାଲ ପ୍ରମୁଖ ଉପସ୍ଥିତ ଥିଲେ ।