ଖୋର୍ଦ୍ଧା, ମଲାଗୁଣି ନଦୀ ବନ୍ଧର ମଶାଣିଆ-ବକୁ ରାସ୍ତାରେ ପ୍ରାୟ ୧୮ ଫୁଟ୍ ର ଘାଇ ସୃଷ୍ଟି ହୋଇଛି । ଫଳରେ ତିନୋଟି ପଚାଂୟତର ପ୍ରାୟ ୧୫ଟି ଗ୍ରାମର ଚାଷଜମି ଜଳାର୍ଣ୍ଣବ ହୋଇଯାଇଛି । ସେହିପରି ଦୟା ନଦୀର ଶାଖା ନଦୀ ରାଜୁଆ ନଦୀ ବନ୍ଧର ପାଣ୍ଡିଆବିଲି ଠାରେ ପ୍ରାୟ ୧୫ ଫୁଟ୍ ର ଘାଇ ସୃଷ୍ଟି ହୋଇଛି । ଯାହାକି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଲୋକଙ୍କ ପାଇଁ ଯାତାୟାତ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଛି । ଏଥିସହ ସମ୍ପୃକ୍ତ ଅଂଚଳରେ ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି ।