ଭୁବନେଶ୍ୱର, ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁର୍ଙ୍କ ବିଜୟ ପାଇଁ ଆଜି ରବିବାର ଓଡ଼ିଶାର ସମସ୍ତ ମନ୍ଦିର, ଦେବସ୍ଥାନ, ପୂଜାସ୍ଥଳୀରେ ପୂଜା ଅର୍ଚ୍ଚନା କରି ବିଜୟ କାମନା କରାଯିବ ।
ରାଜ୍ୟ ବିଜେପିର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ, ସାଂସଦ, ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ, ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ରାଜ୍ୟର ପୁରୀ ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ପ୍ରଭୁ ଲିଙ୍ଗରାଜ, ମା ସମଲେଶ୍ୱରୀ, ତାରାତାରେଣୀ, ଭଦ୍ରକାଳୀ ପ୍ରମୁଖ ମନ୍ଦିରରେ ଆସନ୍ତାକାଲି ଦିନ ୧୨ ପୂର୍ବରୁ ପୂଜା ସାରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଅନୁରୋଧ କରାଯାଇଛି ।