
ନୂଆଦିଲ୍ଲୀ/ଭୁବନେଶ୍ୱର,ଆଜି ୍ରକାଶ ପାଇବ ଆଇସିଏସ୍ଇର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଆସନ୍ତାକାଲି ଅପରାହ୍ନ ୫ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଦେଇ ସ୍କୋରକାର୍ଡ ଯାଂଚ କରିବା ସହ ଡାଉନଲୋଡ୍ କରିପାରିବେ । କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନ୍-ସିଆଇଏସସିଇ ପକ୍ଷରୁ ସୂଚନା ଦିଆଯାଇଛି । ସିଆଇଏସସିଇର ୱେବସାଇଟ ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏହା ବ୍ୟତୀତ ମୋବାଇଲ୍ ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ନିଜ ନିଜର ପରୀକ୍ଷା ଫଳ ଜାଣିପାରିବେ ।