ଭୁବନେଶ୍ୱର,ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଗତ ୨୪ ଘଂଟାରେ ରାଜ୍ୟର କେତେକ ଅଞ୍ଚଳର ବୃଷ୍ଟିପାତର ପରିମାଣ ରେକର୍ଡ କରାଯାଇଛି । ମୌସୁମୀ ବାୟୁ ପ୍ରବାହ ଅତ୍ୟଧିକ ସକ୍ରିୟ ଯୋଗୁ ବର୍ତ୍ତମାନ ଯାଏଁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୩ ସ୍ଥାନରେ ଅତ୍ୟନ୍ତ ପ୍ରବଳ (୨୦ ସେମିରୁ ଅଧିକ ), ୧୬ ସ୍ଥାନରେ (ଅତି ପ୍ରବଳ: ୧୧ ସେମି ରୁ ୨୦ ସେମି) ଏବଂ ୩୦ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ନୂଆଗଡ଼ (ଗଜପତି)ରେ ୨୩୭ ମିମି,ଆର. ଉଦୟଗିରିରେ ୨୩୩.୪ ମିମି, ଟାଙ୍ଗି (ଖୋର୍ଦ୍ଧା)ରେ ୨୧୦ ମିମି, ବାଣପୁର(ଖୋର୍ଦ୍ଧା)ରେ ୨୦୦ ମିମି, ସଇଁତଳା(ବଲାଙ୍ଗୀର)ରେ ୧୯୫ ମିମି, ଫୁଲବାଣୀରେ ୧୮୩.୪ ମିମି, ପୁରୀରେ ୧୫୮.୫ ମିମି, ନୂଆଗାଁ (ନୟାଗଡ଼): ୧୫୫ ମିମି ଏବଂ ଓଡଗାଁ (ନୟାଗଡ଼)ରେ ୧୫୨.୧ ମିମି ବର୍ଷା ହୋଇଥିବା ଜଣାଯାଇଛି ।
ସକ୍ରିୟ ମୌସୁମୀ ଏବଂ ଏବଂ ଲଘୁଚାପ ପ୍ରଭାବରେ ଗତ ୨୪ ଘଂଟା ରେ ରାଜ୍ୟରେ ୩୭.୩ ମିମି ବର୍ଷା ରେକାର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୧.୮ ମିମି ତୁଳନାରେ ୨୧୫% ଅଧିକ ରହିଛି । ୨୪ ଘଂଟା ମଧ୍ୟରେ ଗଜପତି ଜିଲ୍ଲାରେ ୧୪୨୪ % ଅଧିକ ବର୍ଷା ରେକର୍ଡ କରାଯାଇଛି ।
ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରେ ରେକର୍ଡ ହୋଇଥିବା ବର୍ଷା (ଆଜି ସକାଳ ୮.୩୦ ସୁଦ୍ଧା ) ଚିଲିକା : ୨୧୩ ମିମି ଟାଙ୍ଗି : ୨୧୦ ମିମି ବାଣପୁର: ୨୦୦ ମିମି ବୋଲାଗଡ : ୭୭ ମିମି ବେଗୁନିଆ: ୭୪ ମିମି ବାଲିଅନ୍ତା: ୪୨ ମିମି ବାଲିପାଟଣା: ୩୪.୮ ମିମି ଭୁବନେଶ୍ୱର:୪୨.୯ ମିମି ବର୍ଷା ରେକରେଡ କରାଯାଇଛି ।