-
ମୃତ ସୁନନ୍ଦଙ୍କ ପରିବାରକୁ ସମବେଦନା ଜଣାଇଲା
-
ବିଧାୟକଙ୍କ ପୁଅର ଗିରଫ ଦାବୀ କଲା ବିଜେପି
ଘସିପୁରା, ସୁନନ୍ଦ ସେଠୀ ହତ୍ୟା ମାମଲା ୭୨ଘଣ୍ଟା ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ପାରିନଥିବା ଜଣାପଡିଛି । ଏହି ଗୁଳିକାଣ୍ଡ ଘଟଣାରେ ରବିବାର ଦିନ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ମୃତକଙ୍କ ଖଲଣା ଗ୍ରାମରେ ପହଞ୍ଚି ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ବିଧାୟକ ବିଦ୍ରୀ ନାରାୟଣ ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ର ଓ ଟୁଲୁସାହୁଙ୍କୁ ଗିରଫ ଦାବୀ କରିଛି ବିଜେପି ।
ପ୍ରକାଶ ଥାଉକି, ଗତ୧୪ ତାରିଖ ଦିନ ଖଲଣା ଗ୍ରାମର ଉଦ୍ଯମି ଯୁବକ ସୁନନ୍ଦ ସେଠୀ ଓ ସାଥୀ ଚନ୍ଦନ ବେହେରା ସାଇଁକୁଳ ବଜାରରୁ ଫେରିବା ସମୟରେ କିଛି ଅସାମାଜିକ ବ୍ୟକ୍ତି ରାଜନୈତିକ ଆକ୍ରୋଶ ରଖି ଅତର୍କିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ଉଭୟଙ୍କ ଭିତରେ ବଚସା ହୋଇଥିଲା । ପରେ ଆକ୍ରମଣକାରୀ ଗୁଳି କରି ସୁନନ୍ଦଙ୍କୁ ହତ୍ୟା କରିଥିଲେ। ଓ ସାଥୀ ଚନ୍ଦନଙ୍କୁ ମରଣାନ୍ତକ ଆକ୍ରମଣ ଫଳରେ ଏବେ ସେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧିନ। ପରିବାର ଓ ଗ୍ରାମବାସୀଙ୍କ ତରଫରୁ ଥାନାରେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଏତଲା ଦିଆଯିବା ସହ ସ୍ଥାନୀୟ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁତ୍ର ଟୁଟୁ ପାତ୍ର ଓ ଟୁଲୁ ସାହୁଙ୍କ ବିରୁଦ୍ଧରେ ରାମଚନ୍ଦ୍ରପୁର ଥାନାରେ ଏତଲା ଦାୟର କରାଯାଇଛି।
ଉକ୍ତ ଘଟଣାକୁ ଭାରତୀୟ ଜନତା ପାର୍ଟି ତୀବ୍ର ନିନ୍ଦା କରିଛି ଏବଂ ହତ୍ୟା ହୋଇଥିବା ସୁନନ୍ଦ ପରିବାରକୁ ବିଜେପିର ନମାମିଗଙ୍ଗେ ରାଜ୍ୟ ସଭପତି ମହେଶ୍ଵର ସାହୁ, ରାଜ୍ୟ ସମ୍ପାଦକ ବଦ୍ରିନାରାୟଣ ଧଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ପୃଥିରାଜ୍ କୁଅଁର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବାଇଧର ଚିନ୍ଦ୍ରା ସମେତ ଅଶୋକ ସାହୁ, ଶ୍ରୀନିବାସ ବାରିକ ସହ ଦଳର ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ମୃତକ ସୁନନ୍ଦଙ୍କ ପରିବାରକୁ ସମବେଦନା ଜଣାଇବା ସହ ଉକ୍ତ ଘଟଣାକୁ ଘୋର ନିନ୍ଦା କରିଛନ୍ତି । ଏଥିରେ ସଂପୃକ୍ତ ଥିବା ବିଧାୟକଙ୍କ ପୁତ୍ର ଟୁଟୁ ପାତ୍ର ଓ ଟୁଲୁ ସାହୁଙ୍କୁ ମଧ୍ୟ ଗିରଫ କରିବା ପାଇଁ ଜୋରଦାର ଦାବୀ ରଖିଛନ୍ତି।