ମାଲକାନଗିରି, କୁଡୁମୁଲୁଗୁମ୍ମା ସଦର ମହକୁମାର ବିଏସଏଫ କ୍ୟାମ୍ପ ନିକଟରେ ଥିବା ୧.୫୦ ଏକର ପରିମିତ ଜାଗାରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଜମି ଚିହ୍ନଟ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଆଜି ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ ନିଜେ ଉପସ୍ଥିତ ଥିଲାବେଳେ ଅନ୍ୟ ମାନଙ୍କ ମଧ୍ୟରେ କୁଡୁମୁଲୁଗୁମ୍ମା ତହସିଲଦାର ବିଜୟ କୁମାର ମାଣ୍ଡାଗୀ, ସରପଞ୍ଚ ମଙ୍ଗଳା ମାଢି, ରାଜସ୍ବ ନିରୀକ୍ଷକ ରୁଦ୍ର ପ୍ରସାଦ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ କହିଛନ୍ତି ଯେ, ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି କୁଡୁମୁଲୁଗୁମ୍ମା ବସଷ୍ଟାଣ୍ଡ ପାଇଁ ଏହି ସ୍ଥାନ ନିରୂପଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହା ଫଳରେ ସମସ୍ତ ଜନସାଧାରଣ ଏହାର ବ୍ୟାପକ ଲାଭ ଉଠାଇ ପାରିବେ ।
ପ୍ରକାଶ ଥାଉକି, ଆଜି ପର୍ଯ୍ୟନ୍ତ ଏହି ଅଞ୍ଚଳରେ ବସ ରହଣି ପାଇଁ କୈାଣସି ବସଷ୍ଟାଣ୍ଡ ନଥିବାରୁ ବସ୍ ଓ ଅଟୋ ଗୁଡ଼ିକ ମୁଖ୍ୟତଃ ବଜାର ରାସ୍ତା କଡ଼ରେ ପାର୍କିଂ ହୋଇଥାଏ। ଯାହା ଫଳରେ ବଜାର ଅଞ୍ଚଳରେ ଟ୍ରାଫିକ ଜାମ ହେବାସହ ଲୋକ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। କିନ୍ତୁ, ଉପଜିଲ୍ଲାପାଳଙ୍କ ନିଜସ୍ଵ ପ୍ରଚେଷ୍ଟା ବଳରେ ପାଖାପାଖି ୨ କୋଟି ଟଙ୍କାର ଅଟକଳରେ ହେବାକୁ ଯାଉଥିବା ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ସର୍ବ ସାଧାରଣରେ ପ୍ରଶ°ସା କରାଯାଇଛି ।