ଅନୁଗୁଳ-ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜ ପଥ ନିର୍ମାଣ କାର୍ଯ୍ୟ ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ଼ ନାମକ ଏକ ଠିକା ସଂସ୍ଥା ପାଇଛି. ପ୍ରାୟ 152 କିଲୋମିଟର କଂକ୍ରିଟ ରାସ୍ତା ନିର୍ମାଣ ପାଇଁ 1255 କୋଟି ଟଙ୍କା ବ୍ୟୟବରାଦ ରେ ଚାଲିଛି ନିର୍ମାଣ କାର୍ଯ୍ୟ.ଗାୟତ୍ରୀ ନିମ୍ନ ମାନର କାର୍ଯ୍ୟ କରୁଥିବା ଏବେ ଲୋକ ଲୋଚନକୁ ଆସିଛି.ଜାତୀୟ ରାଜପଥ ସ୍ଥାନୀୟ କତଡ଼ା ଏବଂ ଆଖ ପାଖ ଅଞ୍ଚଳରେ ଦେଖିବାକୁ ମିଳିଛି ନିମ୍ନ ମାନର କାମ.ମାସେ ପୂର୍ବରୁ ଢଳା ଯାଇ ଥିବା କଂକ୍ରିଟ ଉଠି ଯାଇ ଅଛି.ଫଳରେ ଗାୟତ୍ରୀ କରୁଥିବା କାମ ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି.ଗାୟତ୍ରୀ ର କାମ କୁ ଜଗିବା ପାଇଁ ଏନଏଚଏଆଇ ପକ୍ଷରୁ ଆରଇ ନାମକ ଏକ ତୃତୀୟ ସଂସ୍ଥା କୁ ନିଯୁକ୍ତି ଦିଆଯାଇଛି. ହେଲେ ମିଳି ଥିବା ସୂଚନା ମୁତାବକ ଗାୟତ୍ରୀ କାମ କରୁଥିବା ବେଳେ ଉକ୍ତ ସଂସ୍ଥା ର କେହିବି କର୍ମଚାରୀ ସେଠି ରହନ୍ତି ନାହିଁ.ଯାହାଫଳରେ ଗାୟତ୍ରୀ ନିଜ ଇଛା ମୁତାବକ କାର୍ଯ୍ୟ କରି ଥାଏ.ଉକ୍ତ କାର୍ୟ୍ଯ ସମ୍ପର୍କରେ ଗାୟତ୍ରୀ ର ଅଧିକାରୀ ଙ୍କୁ ପଚାରିବାରୁ କହିଲେ ଯେ ଯେଉଁ ଯେଉଁ ଜାଗାରେ କଂକ୍ରିଟ ଉଠି ଯାଇଛି ସେହି ସବୁ କୁ ସଜାଡି ଦିଆ ଯିବ.ଆମେ ରାସ୍ତା ହସ୍ତାନ୍ତର କରିବା ପୂର୍ବରୁ ସବୁ ଖାଲ ଖମା ହେଇ ଯାଇଥିବା ଜାଗା ଗୁଡ଼ିକ ରେ 3 ମିଟର ର ସ୍ଲାପ
ପକାଇବୁ .