ଗଞ୍ଜାମ, ଗଞ୍ଜାମ ଜିଲା ଶେରଗଡ଼ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ରୂପେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରଶେଖର ପାତ୍ର ଦାୟୀତ୍ଵ ଗ୍ରହଣ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ବୈଠକରେ କୋଭିଡ଼୍ ପରିଚାଳନା, ପ୍ରତିଦିନ ନମୂନା ପରୀକ୍ଷା, ବୁଷ୍ଟର ଡୋଜ୍ ପ୍ରଦାନ, ନିରାପଦ ମାତୃତ୍ଵ ସାଙ୍ଗକୁ ଶିଶୁ ସ୍ଵାସ୍ଥ୍ୟ ଯତ୍ନକୁ ଗୁରୁତ୍ଵ ଦିଆଯିବା ସହିତ ଉତମ ସ୍ଵାସ୍ଥ୍ୟସେବା ପ୍ରଦାନ ଉପରେ ଆଲୋଚନା ହୋଇଥିଲା ।
ବୈଠକରେ ଡାକ୍ତର ବିଘ୍ନେଶ୍ଵର ପାଣିଗ୍ରାହୀ, ସିଡ଼ିପିଓ ଗୀତାରାଣୀ ରାଉଳ, ପିଏଚଇଓ କୁଞ୍ଜବିହାରୀ ନାୟକ, ବିପିଏମ ସୁନିଲ ସାବତ, ଶିବପ୍ରସାଦ ପଣ୍ଡା, ତପନ ପଟ୍ଟନାୟକ, ତୁଷାର ସାହୁ, ଓ ଭୈରବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।