ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ପାନବିକା ସାହିରେ ଏକ ନିର୍ମାଣାଧିନ ଘର ମଧ୍ୟରୁ ଜଣେ ନାବାଳିକର ମୃତଦେହକୁ ପୋଲିସ ଜବତ କରିଛି । ମୃତକ ନାବଳକର ନାମ ଏ. ହେମନ୍ତ କୁମାର (୧୪) । ସେ ସ୍ଥାନୀୟ ଏକ ଘରୋଇ ଘରୋଇ ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ର ଥିଲେ । ସେ ପାଠପଢାରେ ଅବହେଳା କରୁଥିବାରୁ ବାପାଙ୍କ ତାଗିଦ୍ ଫଳରେ ନାବାଳକ ଜଣକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ଏ ସଂକ୍ରାନ୍ତରେ ବ୍ରହ୍ମପୁର ଟାଉନ୍ ଥାନାରେ ୧୦/୨୨ ରେ ଏକ ମାମଲା ରୁଜ୍ଜୁ କରାଯାଇଛି । ପୋଲିସ ମୃତ ନାବାଳକର ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି ।
Related Stories
November 23, 2024