-
ଫୁଲବାଣି ସମେତ ଜିଲ୍ଲାର ସମସ୍ତ ୧୨ ବ୍ଲକରେ ବନ୍ୟାର ପ୍ରଭାବ
-
ଫୁଲବାଣୀ ପୌରାଚଂଳରେ ସର୍ବାଧିକ ୧୮୩. ୪ ମିଲିମିଟର ବର୍ଷା
କନ୍ଧମାଳ, ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ସଦର ମହକୁମା ଫୁଲବାଣି ସମେତ ଜିଲ୍ଲାର ସମସ୍ତ ୧୨ଟି ବ୍ଲକ ପ୍ରଭାବିତ ହୋଇଛି । ସେଥିମଧ୍ୟରୁ ତିନୋଟି ସ୍ଥାନରେ ଅତ୍ୟାଧିକ ବର୍ଷା ଯୋଗୁଁ କିଛି ଜାଗାରେ ରାସ୍ତା ଘର ଭାଙ୍ଗିଥିବା ବେଳେ ଲୋକଙ୍କ ଘରେ ପାଣି ପଶିଛି । ଗତ ରାତିରେ ଫୁଲବାଣୀ ପୌରାଚଂଳରେ ସର୍ବାଧିକ ୧୮୩. ୪ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଥିବା ନେଇ ଜିଲ୍ଲା ଆପାତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ସୂତ୍ରରୁ ପ୍ରକାଶ । ସେହିପରି ଜିଲ୍ଲାର ଖଜୁରୀପଡାରେ ୧୬୩.୩ ମି.ମି., ଫରିଙ୍ଗିଆ ୧୩୮.୨, କ. ନୂଆଗାଁରେ ୧୦୪.୨, ଚକାପାଦରେ ୧୦୩ ମିଲିମିଟର, ବାଲିଗୁଡାରେ ୫୯ ମିଲିମିଟର, ଦାରିଙ୍ଗବାଡ଼ିରେ ୩୨ ମି.ମି., ଜି. ଉଦୟଗିରି ୭୮.୪, କୋଟଗଡ଼ରେ ୬୧ ମି.ମି., ରାଇକିଆ ୭୨ ମି.ମି., ଟିକାବାଲି ୯୫.୨ ମି.ମି., ଏବଂ ତୁମୁଡ଼ିବନ୍ଧରେ ୫୧ ମିମି ବର୍ଷା ରେକର୍ଡ଼ କରାଯାଇଛି । ଗତ ରାତିରେ ଜିଲ୍ଲାରେ ହାରାହାରି ୯୫.୬ ମିମି ବର୍ଷା ହୋଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାଦ୍ୱାରା ଫୁଲବାଣୀର ପିଲାସାଲୁଙ୍କୀ ନଦୀ ସମେତ ଜିଲ୍ଲାର ବଡ଼ ସାଲୁଙ୍କି ଏବଂ ଅନ୍ୟାନ୍ୟ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଲଗାଣ ବର୍ଷାରେ ଦୁଇ ଜଣଙ୍କ ଘର ଭାଙ୍ଗିଛି । ଜିଲ୍ଲା ଆପାତକାଳୀନ ବିଭାଗ ପକ୍ଷରୁ ବିପନ୍ନଙ୍କୁ ଜରିପାଲ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି ।