ଭୁବନେଶ୍ୱର : ଅଖିଳ ଭାରତୀୟ ତେରାପନ୍ଥ ମହିଳା ମଣ୍ଡଳର ନିର୍ଦ୍ଦେଶରେ ତେରାପନ୍ଥ ମହିଳା ମଣ୍ଡଳ, ଭୁବନେଶ୍ୱର ପକ୍ଷରୁ ଜୈନ ଆଚାର୍ଯ୍ୟ ମହାଶ୍ରମଣ ଜୀଙ୍କର ଶିଷ୍ୟ ମୁନିଶ୍ରୀ ଡଃ ଜ୍ଞାନେନ୍ଦ୍ର କୁମାରଜୀଙ୍କ ପବିତ୍ର ସାନିଧ୍ୟରେ ରାଜ୍ୟ ସ୍ତରୀୟ ପ୍ରବୁଦ୍ଧ ମହିଳା ସମ୍ମେଳନ ଆୟୋଜିତ ହୋଇ ଯାଇଛି।
ଏଥିରେ ବିକ୍ଷିପ୍ତ ହୋଇପଡ଼ୁଥିବା ପାରିବାରିକ ବ୍ୟବସ୍ଥା ତଥା ସମାଜ ବିଘଟନର କାରଣ ଓ ତାହାର ସମାଧାନର ଅନେ୍ôଷଣ ଉପରେ ୧୫ରୁ ଅଧିକ ସାମାଜିକ ସଙ୍ଗଠନର ପ୍ରତିନିଧି ଏବଂ ସମାଜର ପ୍ରବୁଦ୍ଧ ବର୍ଗଙ୍କୁ ନେଇ ବିଚାର ବିମର୍ଷ ହୋଇଥିଲା । ଏଥିରେ ଉଦବୋଧନ ଦେଇ ମୁନିଶ୍ରୀ ଡଃ ଜ୍ଞାନେନ୍ଦ୍ର କୁମାର ଜୀ କହିଲେ ଯେ ମୌଳିକ ପରମ୍ପରାକୁ ସମୁଚିିତ ସମ୍ମାନ ଦେଇ ଆଧୁନିକତାର ରାସ୍ତାରେ ଆଗକୁ ବଢିବା ଦ୍ୱାରା ପରିବାର, ସମାଜ ତଥା ରାଷ୍ଟ୍ରର ସମ୍ୟକ ବିକାଶ ସମ୍ଭବ ହୋଇ ପାରିବ।
ମହିଳା ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀମତୀ ନିଲମ ଜୀ ସେଠିଆ ନିଜ ବକ୍ତବ୍ୟରେ ସଠିକ୍ ଶିକ୍ଷା, ସଂସ୍କାର, ସହନଶୀଳତା, ସ୍ୱାବଲମ୍ବନ ଆଦି ଉପରେ ଆଲୋକପାତ କରି କହିଥିଲେ କି ଏହି ବିଷୟ ଗୁଡ଼ିକ ଉପରେ ଧ୍ୟାନ ଦିଆଗଲେ ଆମେ ସମସ୍ୟାର କାରଣ ଓ ତାର ସମାଧାନ ପର୍ଯ୍ୟନ୍ତ ପହଂଚି ପାରିବା ।
ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛତିଶଗଡ ହାଇକୋର୍ଟର ବରିଷ୍ଠ ବିଚାରପତି, ଶ୍ରୀଯୁକ୍ତ ଗୌତମ ଚୋରଡିଆ ଏକ ଓଜସ୍ୱିନୀ ଭାଷଣ ରଖି କହିଥିଲେ ଯେ ନିଜର ‘ନେଚର’ ଏବଂ ‘କଲ୍ଚର’ରେ ହିଁ ସମସ୍ତ ସମସ୍ୟାର କାରଣ ଓ ନିବାରଣର ସୂତ୍ର ରହିଛି।
କାର୍ଯ୍ୟକ୍ରମରେ ବେଙ୍ଗାଲୁରୁରୁ ଆସିଥିବା ପ୍ରଖ୍ୟାତ ପ୍ରେରଣାଦାୟୀ ପ୍ରବକ୍ତା (ମୋଟିଭେସନାଲ ସ୍ପିକର) ବବିତା ଜୀ ବୈଦ ବିଷୟବସ୍ତୁ ଉପରେ ଏକ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ସମାଜସେବୀ ତଥା ବିଜୁ ଜନତା ଦଳର ଉପାଧ୍ୟକ୍ଷା ଶ୍ରୀମତୀ ସମ୍ପତ୍ତି ମୋଡା, ପ୍ରଖ୍ୟାତ ଶିକ୍ଷାବିଦ୍ ଶ୍ରୀମତୀ ବେଦୁଲା ରାମଲକ୍ଷ୍ମୀଜୀ, ସଂଗଠନର ମହାସଚିବ ଶ୍ରୀମତୀ ମଧୁଜୀ ଦେରାସରିଆ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ଶ୍ରୀମତୀ ଇନ୍ଦ୍ରା ଜୀ ଲୁଣିଆ, ମୁକେଶ ଜୀ ସେଠିଆ, ପ୍ରଫୁଲ୍ଲ ଜୀ ବେତାଲା, ଭୁବନେଶ୍ୱର ସଭା ସଭାପତି ବଚ୍ଛରାଜ ଜୀ ବେତାଲା, ମହିଳା ମଣ୍ଡଳ ଅଧ୍ୟକ୍ଷା ଶ୍ରୀମତୀ ମଧୁ ଜୀ ଗିଡିଆ ସମେତ ସାମାଜିକ ସଙ୍ଗଠନ, ଲାୟନ୍ସ କ୍ଲବ କଟକ ପର୍ଲ, ସାଧୁ ମାର୍ଗୀ ଜୈନ ସଂଘ, ମାରୱାଡି ମହିଳା ସମିତି, ଦିଗମ୍ବର ଜୈନ ମହିଳା ମଣ୍ଡଳ, ଗୁଜୁରାତି ମହିଳା ମଣ୍ଡଳ, ଏଫଟିଏସ ମହିଳା ସମିତି, ଓଡ଼ିଶା ପ୍ରାଦେଶିକ ମାରୱାଡି ମହିଳା ସମ୍ମେଳନ, ବିଶ୍ୱାସ ମହିଳା ସମିତି, ଲାୟନ୍ସ କ୍ଲବ ଭୁବନେଶ୍ୱର, ଲୋଟସ, ପଞ୍ଜାବୀ ମହିଳା, ମାହେଶ୍ୱରୀ ମହିଳା ସମିତି,ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏଞ୍ଜେଲା, ଓି୍ୱପ୍ରୋ ଫାଉଣ୍ଡେସନ, ଉତ୍କଳ କଲଚର ବିଶ୍ୱ ବିଦ୍ୟାଳୟ ଜୈନ ଚେୟାର, ତେରାପନ୍ଥ ମହିଳା ମଣ୍ଡଳ, କଟକ ଶାଖା ଏବଂ ରାଜ୍ୟର ବିଭିନ୍ନ ଶାଖାର ପ୍ରତିନିଧିଗଣ ଏହି ସେମିନାରରେ ସକ୍ରୀୟ ସହଯୋଗିତା ଏବଂ ଯୋଗଦାନ ଦେଇଥିଲେ।
ଆୟୋଜକ ଶାଖା ମହିଳା ମଣ୍ଡଳ, ଭୁବନେଶ୍ୱରଙ୍କ ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଶାଖା ତରଫରୁ କୁହାଯାଇଛି ଯେ ଏହି ପ୍ରକାରର ସେମିନାର ଯେ ପରିବାରର ପ୍ରବୋଧନ ସହିତ ସ୍ୱଚ୍ଛ ପରମ୍ପରାର ବିକଶିତ କରିବାରେ ଏକ ମାଧ୍ୟମ ରୂପେ କାର୍ଯ୍ୟ କରିବ ,ହା ଉପରେ ଆମର ବିଶ୍ୱାସ ରହିଛି । ସେମିନାରକୁ ସଫଳ କରିବା ପାଇଁ ଭୁବନେଶ୍ୱର ଶାଖାର ସମସ୍ତ ଭଗିନୀମାନେ ନିଜର ପୂର୍ଣର୍ ସହଯୋଗ ପ୍ରଦାନ କରିଥିଲେ।