-
ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ
ମାଲକାନଗିରି, ଲଘୁଚାପଜନିତ ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଦାବରୀ ନଦୀ କ୍ରମଶଃ ଫୁଲୁଥିବାରୁ ମୋଟୁ ଅଂଚଳ ପାଣି ଘେରରେ ରହିଛି । ଗାଁରେ ପାଣି ପଶିବାରୁ ୨ ହଜାର ପରିବାରକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ବନ୍ୟା ବିପନ୍ନଙ୍କ ପାଇଁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଆଜି ଓଡ଼୍ରାଫ ଟିମ୍ ମୋଟୁରେ ପହଂଚି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଜୋରଦାର୍ କରିଛି ।
ସେହିପରି ସିଲେରୁ ଓ ସାବେରୀ ନଦୀରେ ପଶିଛି ଗୋଦାବରୀର ପଛୁଆ ପାଣି । ଫଳରେ ୩୨୬ ନଂ ଜାତୀୟ ରାଜପଥର ମୋଟୁ – ଚିନ୍ତୁର ମଧ୍ୟରେ ରାସ୍ତା ଉପରେ ପ୍ରାୟ ୧୦ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାହାଫଳରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନାକୁ ଯାତାୟାତ ଠପ୍ ହୋଇଯାଇଛି ।
ଅନୁରୂପ ଭାବେ ମୋଟୁ ନିକଟସ୍ଥ ସାବେରୀ ନଦୀ ଅପରପାର୍ଶ୍ଵରେ ଥିବା ଛତିଶଗଡ଼ ରାଜ୍ୟ କୋଂଟା ଦେଇ ରାୟପୁରକୁ ସଂଯୋଗ କରୁଥିବା ୩୦ ନଂ ଜାତୀୟ ରାଜପଥରେ ୧୦ରୁ ୧୫ ଫୁଟ୍ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ଯାହାଦ୍ଵାରା ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
କାଲିମେଳା ଓ ପଡ଼ିଆ ବ୍ଲକର ସାବେରୀ ନଦୀ କୂଳରେ ଥିବା ଅଧିକାଂଶ ଗ୍ରାମ ଗୁଡିକରେ ବନ୍ୟାଜଳ ପଶିଥିବା ଜଣାପଡିଛି । ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ସେସବୁ ଗ୍ରାମବାସୀଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳି ଓ ବିଦ୍ୟାଳୟ ଗୁଡିକରେ ଆଣି ରଖାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ବ୍ଲକର ସମସ୍ତ କର୍ମଚାରୀଙ୍କୁ ବନ୍ୟା ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ନିର୍ଦ୍ଦେଶନାମା ଜାରୀ କରାଯାଇଛି ।
ପ୍ରକାଶ ଥାଉ କି, ଗୋଦାବରୀ ନଦୀର ଭଦ୍ରାଚଂଳମ ନିକଟରେ ବିପଦ ସଂକେତ ୫୩ ଫୁଟ ରହିଥିବା ବେଳେ ଆଜି ଅପରାହ୍ନ ୧ଟା ସୁଦ୍ଧା ୭୧ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାହାକି ବିପଦ ସଂକେତ ଠାରୁ ୧୮ ଫୁଟ୍ ଅଧିକ ରହି