ନୂଆପଡ଼ା,ନୂଆପଡା ଜିଲ୍ଲ କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମପଞ୍ଚାୟତର ସମରସିଂ ଗ୍ରାମରେ ଭାଲୁ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇ ଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ସମର ସିଂ ଗ୍ରାମ ନିକଟସ୍ଥ ଜଙ୍ଗଲ ପାଖ ବିଲରେ ଗତକାଲି କାମ କରିବାକୁ ଯାଇ ରାତ୍ର ପର୍ଯ୍ୟନ୍ତ ଏମାନେ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜିବାକୁ ଯାଇଥିବା ବେଳେ ତିନି ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏହି ଭାଲୁ ଆକ୍ରମଣରେ ଘଟଣାସ୍ଥଳରେ ସମରସିଂ ଗ୍ରାମର ରବି ରଣା (୩୦), ନକୁଳ ମାଝୀ(୫୮) ଏବଂ ରତନ ମାଝୀ(୬୦) ଙ୍କର ମୃତ୍ୟୁ ହୋଇଅଛି। ଘଟଣାରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଭାଲୁକୁ ମିଳିତ ଭାବରେ ଆକ୍ରମଣ କରିଥିଲେ । ଯାହା ଫଳରେ ଘଟଣାସ୍ଥଳରେ ଭାଲୁର ମୃତ୍ୟୁ ହୋଇଥିବା ଜଣାପଡିଛି।