-
ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗରେ ଦେବେ ବିବୃତି
ଭୁବନେଶ୍ୱର, ରାୟଗଡା ଜିଲ୍ଲାର କାଶୀପୁରରେ ଠାରେ ଝାଡାବାନ୍ତି ହୋଇ ପାଂଚ ଜଣ ମୃତ୍ୟୁବରଣ କରିଥିବା ମାମଲା ଶନିବାର ଦିନ ବିଧାନସଭାରେ ଉଠିଥିଲା । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାଗଗଡାରେ ଠିଆ କରାଇଥିଲେ । ସେ ଏହି ମାମଲାରେ ମନ୍ତ୍ରୀଙ୍କୁ ବିଧାନସଭାରେ ବକ୍ତବ୍ୟ ଦେବାକୁ ନିର୍ଦେଶ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥେô୍ଲ । ଅନ୍ୟ ପକ୍ଷରେ ବାଚସ୍ପତି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଆସନ୍ତା ସୋମବାର ଦିନ ଏହି ପ୍ରସଙ୍ଗରେ ବିବୃତି ଦେବାକୁ ନିର୍ଦେଶ ଦେଇଛନ୍ତି ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ନରସିଂହ ମିଶ୍ର କହିଥିଲେ ଯେ ବଂଚିବାର ଅଧିକାର ହେଉଛି ସମ୍ବିଧାନ ପ୍ରଦତ ମୌଳିକ ଅଧିକାର । ହେଲେ ଲୋକ ମାନଙ୍କୁ ଖାଇବାକୁ ନ ମିଳିବାରୁ ସେମାନେ ଅଖାଦ୍ୟ ଖାଇ ମୃତ୍ୟୁବରଣ କରୁଛନ୍ତି । କାଶୀପୁରରେ ଏପରି ଘଟଣା ଘଟିଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏ ସବୁ ଘଟଣା ରାଜ୍ୟରେ ଘଟୁଥିବା ବେଳେ ଏହାକୁ ଦେଖିବାକୁ କେହି ନାହାନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଗୃହକୁ ଆସୁ ନାହାନ୍ତି ।
ସେ ଏହି ମାମଲାରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବିଧାନସଭାରେ ବିବୃତି ଦେବାକୁ ନିର୍ଦେଶ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ଏହା ପରେ ଆଗାମୀ ସୋମବାର ଦିନ ଏହି ପ୍ରସଙ୍ଗରେ ସୋମବାର ଉତ୍ତର ଦେବା ନେଇ ବାଚସ୍ପତି ନିର୍ଦ୍ଦେଶ ଦେଉଛନ୍ତି ।