
ବଲାଙ୍ଗିର, ବଲାଙ୍ଗିର -ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ହୀରାପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଯାତ୍ରୀବାହୀ ବସ୍ କୁ ଧକ୍କା ଦେଇଛି ଏକ ଘରୋଇ କମ୍ପାନୀର ଟ୍ୟାଙ୍କର । ଫଳରେ ବସ୍ ରେ ଥିବା ୨୯ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସୂଚନା ଅନୁସାରେ, କୁମୁଦିନୀ ନାମକ ଏକ ଘରୋଇ ବସଟି ବଲାଙ୍ଗିରରୁ ବରଗଡ ଅଭିମୁଖେ ଯାଉଥିଲା । ତେବେ ସଂପୃକ୍ତ ଟ୍ୟାଙ୍କରଟି ବସକୁ ପଛପଟୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ଆହତ ସମସ୍ତ ଯାତ୍ରୀମାନଙ୍କୁ ଲୋଇସିଂହା ହସପିଟାଲରେ ଭର୍ତ୍ତି କରିଛନ୍ତି । ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ କେଉଁ ପରିସ୍ଥିତିରେ ବସ୍ ଟ୍ୟାଙ୍କରକୁ ପିଟିଲା ତାହା ଜଣାପଡ଼ିନାହିଁ ।