
-
ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ୧୬ ଆକ୍ରାନ୍ତ ଚିକିତ୍ସାଧିନ
ରାୟଗଡ଼ା, ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଝାଡ଼ାବାନ୍ତିଜନିତ ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ପାଇଛି । ଗତ ୧୪ ତାରିଖ ରାତିରେ ଟିକିରି ଝଡ଼ିଆସାହିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଜି ରାୟଗଡ଼ା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣକର ମୃତ୍ୟୁ ଘଟିଛି । ତାଙ୍କ ଘର ଶଙ୍କରଡ଼ା ଗୋବରୀଘାଟି ଅଂଚଳରେ ବୋଲି ଜଣାପଡିଛି । ଟିକିରି, କାଶିପୁର ଓ ରାୟଗଡ଼ା ମେଡିକାଲରେ ୧୬ ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଗାଁରେ ଆହୁରି ଅନେକ ଆକ୍ରାନ୍ତ ଥିବା ସୂଚନା ମିଳିଛି । ଗ୍ରାମରେ ମେଡିକାଲ ଟିମ୍ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛନ୍ତି । ମେଡିକାଲ ଟିମ୍ ଆକ୍ରାନ୍ତ ମାନଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଉଥିବା ବେଳେ ପ୍ରଶାସନିକ ଅଧିକାରୀ ସ୍ଥିତିର ଅନୁଧ୍ୟାନ କରୁଛନ୍ତି ।