
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ବୋରଗୁମା ଗ୍ରାମର ଶିବ ମନ୍ଧିରରେ ଏକ କଳା ନାଗ ଶିବଲିଙ୍ଗକୁ ଘୋଡାଇବା ସହ ଚାରି ପଟେ ଘୁରି ବୁଲୁଛି। ଶ୍ରାବଣ ମାସରେ ଶିବଲିଙ୍ଗରେ ଏହି ସାପ ଦେଖାଦେବାକୁ ନେଇ ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଯାହାକୁ ଦର୍ଶନ କରିବାକୁ ସେଠାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଶିବଲିଙ୍ଗ ପାଖରେ ଭକ୍ତ ମାନେ ନାଗ ଦେବତାଙ୍କୁ କ୍ଷୀର ପିଇବାକୁ ଦେଉଥିବା ଦେଖିବାକୁ ମିଳିଛି