ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୧୦୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୭୧୭୫ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୧୦୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୩୧୬୯ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୮୨୫ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୯ ଜଣ ସଂଗରୋଧରୁ ଓ ୪୩୪ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରେ ୨୦, ବରଗଡ ଜିଲ୍ଲାରେ ୨, ଭଦ୍ରକ ଜିଲ୍ଲାରେ ୭, ବଲାଙ୍ଗୀର ଜିଲ୍ଲାରେ ୭, ବୌଦ୍ଧ ଜିଲ୍ଲାରେ ୧୩, କଟକ ଜିଲ୍ଲାରେ ୨୦୫. ଦେବଗଡ, ଜିଲ୍ଲାରେ ୪, ଢେଙ୍କାନାଳ ଜିଲ୍ଲାରେ ୩ ଗଜପତି ଜିଲ୍ଲାରେ ୧୦, ଗଂଜାମ ଜିଲ୍ଲାରେ ୬, ଜଗତସିଂହପୁର ଜିଲ୍ଲାରେ ୁ ୨୨,ଯାଜପୁର ଜିଲ୍ଲାରେ ୧୮, ଝାରସୁଗୁଡା ଜିଲ୍ଲାରେ ୧୨ . କଳାହାଣ୍ଡି ଜିଲ୍ଲାରେ ୧୦ , କନ୍ଧମାଳ ଜିଲ୍ଲାରେ ୨, କେନ୍ଦ୍ରାପଡା ଜିଲ୍ଲାରେ ୧୫, କେନ୍ଦୁଝର ଜିଲ୍ଲାରେ ୬, ଖୋର୍ଧା ଜିଲ୍ଲାରେ ୩୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୪, ମୟୁରଭଂଜ ଜିଲ୍ଲାରେ ୨୮, ନୟାଗଡ ଜିଲ୍ଲାରେ ୧୯, ନୂଆପଡା ଜିଲ୍ଲାରେ ୯, ପୁରୀ ଜିଲ୍ଲାରେ ୨୮, ରାୟଗଡା ଜିଲ୍ଲାରେ ୧, ସମ୍ବଲପୁର ଜିଲ୍ଲାରେ ୩୧ , ସୋନପୁୁର ଜିଲ୍ଲାରେ ୩୨ ,ସୁନ୍ଦରଗଡ ଜିଲ୍ଲାରେ ୧୦୬ ଓ ଷ୍ଟେଟ ପୁଲରେ ୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅବଶିଷ୍ଟ ୨ ଟି ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।