-
ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ୧୭ ଆକ୍ରାନ୍ତ ମେଡିକାଲରେ ଭର୍ତି
ରାୟଗଡ଼ା, ରାୟଗଡ଼ା ଜିଲା କାଶିପୁର ବ୍ଲକ ଅଂଚଳରେ ଝାଡ଼ାବାନ୍ତିଜନିତ ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି ପାଇଛି । ଗତକାଲି ରାତିରେ ଟିକିରି ଝଡ଼ିଆସାହିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।୧୭ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କୁ ଟିକିରି ମେଡିକାଲ ଏବଂ ଅନ୍ୟ କେତେକଙ୍କୁ କାଶିପୁର ମେଡ଼ିକାଲରେ ଭର୍ତି କରାଯାଇଛି । ଗାଁରେ ଆହୁରି ଅନେକ ଆକ୍ରାନ୍ତ ଥିବା ସୂଚନା ମିଳିଛି । ଖବର ପାଇ ମେଡ଼ିକାଲ ଟିମ୍ ଗ୍ରାମରେ ପହଂଚି ସ୍ଥିତିର ଅନୁଧ୍ୟାନ କରୁଛି ।
ଅନ୍ୟପକ୍ଷରେ ସ୍ଥିତି ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ।