-
ମାଟିତଳୁ ଶବ ଉଦ୍ଧାର
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଅନନ୍ତନଗର ନିକଟରେ ଗୁଣିଗାରେଡ଼ି ସନ୍ଦେହରେ ଗତକାଲି ରାତିରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । ହତ୍ୟା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ତାଙ୍କ ଶବକୁ ମାଟି ତଳେ ପୋତି ଦିଆଯାଇଥିଲା । କୌଣସି ସୂତ୍ରରୁ ଖବର ପାଇ ଆଜି ଶେରଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମାଟିତଳୁ ବୃଦ୍ଧଙ୍କ ଶବ ଉଦ୍ଧାର କରିଛି । ଶବ ଜବତ ପରେ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ମୃତକଙ୍କ ନାମ ତ୍ରିନାଥ ପାତ୍ର ଏକଂ ତାଙ୍କ ଘର ନିକଟସ୍ଥ ବାଦଗଡ଼ ଗ୍ରାମର ବୋଲି ଜଣାପଡିଛି । ଘଟଣାରେ ଥାନାରେ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ ।