
ପୁରୀ, ପୁରୀ ସହର ସ୍ଥିତ କମଳା ଦେବୀ ମାତୃମଙ୍ଗଳ କେନ୍ଦ୍ର ଠାରେ ଆଜିଠାରୁ ୧୮ରୁ୫୯ ବୟସର ବ୍ୟକ୍ତି ମାନଙ୍କୁ କୋଭିଡର ପ୍ରିକସନାରୀ ଡୋଜ ଟୀକାକରଣ ଆରମ୍ଭ ହୋଇଛି। ଏହି ଟୀକାକରଣକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଶୁଭାରମ୍ଭ କରିବା ସହ ଏହି ବର୍ଗର ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ପାଇଁ ବିନା ମୂଲ୍ୟରେ ଟୀକାକରଣ ପାଇଁ ସରକାର ବ୍ୟବସ୍ଥା କରିଥିବାରୁ ଏହାର ସୁବିଧା ନେବାକୁ ଅନୁରୋଧ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଜନସ୍ଵାସ୍ଥ୍ୟ ଅଧିକାରୀ ଡା. ସୁଜାତା ମିଶ୍ର ଏହି ଟୀକାକରଣ ଆଗାମୀ ସେପ୍ଟେମ୍ବର ୩୦ ଅର୍ଥାତ ୭୫ ଦିନ ପାଇଁ ଜାରି ରହିବ ବୋଲି କହିଥିଲେ। ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ଵାଇଁ ଉପସ୍ଥିତ ରହି ଟୀକାକରଣ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଆଜି କମଳା ଦେବୀ ମାତୃମଙ୍ଗଳ ସହ ଚନ୍ଦନ ହଜୁରୀ, ସ୍ଵର୍ଗଦ୍ଵାର, ଦୋଳବେଦୀ କୋଣ ଓ ପେଣ୍ଠକଟା ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଟୀକାକରଣ କରାଯାଇଥିଲା। ଜିଲ୍ଲାର ମୋଟ ୧୧,୪୩,୫୧୩ ଜଣଙ୍କୁ ଟୀକାକରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଏହି ଟୀକାକରଣ କରାଯାଉଛି ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।