ବଲାଙ୍ଗିର, ଆଗରୁ ସଡକରେ ଚଳାଚଳ ବେଳେ ପ୍ରେସର୍ ହର୍ଣ୍ଣ ବଜାଇବାକୁ ବାରଣ କରାଯାଇଥିଲା। କିଛି ବାହନରୁ ଫାଇନ ମଧ୍ୟ ଆଦାୟ ହୋଇଥିଲା। ଆଜି ବଲାଙ୍ଗିର ପୁଲିସ କିଛି ଗାଡିକୁ ଚେକ୍ କରିଥିବା ବେଳେ ଘରୋଇ ବସ ମାଲିକ ସଂଘ ଏହାର ପ୍ରତିବାଦ କରିଥିଲା। ବଲାଙ୍ଗିର ବସ ଟର୍ମିନାଲ ଠାରୁ ଘରୋଇ ବସ ଗୁଡିକ ଲାଇନ୍ ରେ ଠିଆ କରିଦେଇ ରାସ୍ତା ଅବରୋଧ ସହିତ ପ୍ରତିବାଦ କରିଥିଲେ। ଫଳରେ ପ୍ରାୟ ଅଧ ଘନ୍ଟା ଧରି ରାସ୍ତା ଜାମ ହୋଇପଡିଥିଲା। ବଲାଙ୍ଗିର ଏସଡିପିଓ ତୁଫାନ୍ ବାଗ ଅନ୍ୟ ଟାଉନ୍ ଥାନା ଅଧିକାରୀ ଆସି ଘରୋଇ ବସ ମାଲିକ ସଂଘର ସଭାପତି ହେମନ୍ତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ମାଲିକ ମାନଙ୍କ ସହିତ ଆଲୋଚନା କରିଥିଲେ। ଏମାନେ ଏହି ସିଷ୍ଟମ ବଦଳିବାକୁ ସମୟ ମାଗିଥିଲେ। ଆଗାମୀ ସୋମବାର ସୁଦ୍ଧା ପରିବର୍ତ୍ତନ ପାଇଁ ସମୟ ଦିଆଯାଇଥିଲା। ତାପରେ ପୁଲିସ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସ୍ଥିର ହୋଇଥିବା ଜଣାପଡିଛି।
Related Stories
November 23, 2024