କନ୍ଧମାଳ,ଫୁଲବାଣୀ ସହରର ସ୍ଥାନୀୟ ଏଜେଓ ହାଇସ୍କୁଲ ଫୁଲବାଣୀ ଠାରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏ.ଜେ.ଓ. ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ, କ୍ରୀଡା ଶିକ୍ଷକ ରାକେଶ ବିଶୋଇ, ହିନ୍ଦୀ ଶିକ୍ଷକ ଯୁଧିଷ୍ଠିର ମହାନ୍ତି, ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା, ସ୍ଵେଚ୍ଛାସେବୀ ଚନ୍ଦ୍ରମଣି ଦେହୁରୀ, ରୀତିମା ବାଘ, ସିବେନ୍ଦ୍ର ଡିଗାଲ, ସୁଭଦ୍ରା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ର ଛାତ୍ରୀ ଏବଂ ନେହରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ମୃତିରେଖା ପାତ୍ର ପ୍ରଥମ, ଗୁଣ୍ଡିଚା ରାଣୀ କହଁର ଦ୍ଵିତୀୟ ଏବଂ ରାକେଶ ସାମଲ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ମୁଖ୍ୟ ଅତିଥି ଦିବସର ମୁଖ୍ଯ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ବୈଠକରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ଚନ୍ଦ୍ରମଣି ଦେହୁରୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।