
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ପରିଚାଳନା ପରିଷଦ ସଭାପତି ନିର୍ବାଚନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କ ବିପୁଳ ବିଜୟ। ସଭାପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନବ ନିର୍ବାଚିତ ସଭାପତି ଶ୍ରୀ ଗୁଣଧର ଦାସମହାପାତ୍ର ଙ୍କ ସମେତ ପରିଚାଳନା ପରିଷଦର ସମସ୍ତ ବିଜେଡ଼ି ସମର୍ଥିତ ସଦସ୍ୟ ସଦସ୍ୟା ଶ୍ରୀ ଦେବରାଜ ସାହୁ, ଶ୍ରୀ ସତ୍ୟରଞ୍ଜନ ମହାନ୍ତି, ଶ୍ରୀ ସରୋଜ ନାୟକ, ଶ୍ରୀମତୀ ଗୀତାରାଣୀ ପଣ୍ଡା, ଶ୍ରୀମତୀ ରେଣୁବାଳା ପଣ୍ଡା, ଶ୍ରୀମତୀ ସରସ୍ୱତୀ ସାହୁ ଓ ଶ୍ରୀମତୀ ରଞ୍ଜନା ଦାସ ସେମାନଙ୍କ ସମର୍ଥକ ମାନଙ୍କ ସହିତ ଶ୍ରୀଯୁକ୍ତ ମହେଶ୍ବର ମହାନ୍ତିଙ୍କୁ ବାସଭବନରେ ଭେଟି ତାଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ ଗ୍ରହଣ କରିଥିଲେ।