ଜଟଣୀ – ଆଜି ସକାଳ ୬ଟା ସମୟରେ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ଠାରୁ ଜୁନାଗଡ଼ରୁ ଭୁବନେଶ୍ୱର ଯାଉଥିବା ଟ୍ରେନ୍ (୧୮୪୩୮), ଜୁନାଗଡ଼ ଏକ୍ସପ୍ରେସ୍ରେ ଜଣେ ମହିଳା ରେଳ ଯାତ୍ରୀଙ୍କ ଅସାବଧାନତା ହେତୁ ଖୋର୍ଦ୍ଧାରୋଡ ଷ୍ଟେସନରୁ ଟ୍ରେନ୍ ଛାଡ଼ିବା ସମୟରେ ତାଙ୍କର ଭ୍ୟାନିଟି ବ୍ୟାଗଟି ଖସି ପଡ଼ିଥିବା ବେଳେ ଟ୍ରେନଟିି ଖୋର୍ଦ୍ଧାରୋଡ଼ ଛାଡ଼ି ସାରିଥିଲା । ଏହି ସମୟରେ ରେଳ ଷ୍ଟେସନରେ କାର୍ଯ୍ୟରତ ସିଟିଆଇ, ତଥା ଶ୍ରମିକ କଂଗ୍ରେସର ଶାଖା ସଂପାଦକ ଲକ୍ଷ୍ମୀଧର ମହାନ୍ତିଙ୍କ ନଜର ଉକ୍ତ ଭ୍ୟାନିଟି ବ୍ୟାଗ ଉପରେ ପଡ଼ିଥିଲା । ଭ୍ୟାନିଟି ବ୍ୟାଗରେ ଥିବା ଆଧାରକାଡର଼୍କୁ ଅନୁଧ୍ୟାନ କରି ଏହାର ପରିଚୟ ପାଇ ଭୁବନେଶ୍ୱର ରେଳଷ୍ଟେସନରେ କାର୍ଯ୍ୟରତ ସିନିଅର ଟିସି ଶ୍ରାବଣୀ ବାନାର୍ଜୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ଭୁବନେଶ୍ୱର ରେଳ ଷ୍ଟେସନରେ ଡାକବାଜି ଯନ୍ତ୍ରଦ୍ୱାରା ଉକ୍ତ ମହିଳା ରେଳଯାତ୍ରୀ ରୂପା ବରାଳଙ୍କ ଭ୍ୟାନିଟି ବ୍ୟାଗ ହଜିଯାଇଥିବା ସମ୍ପର୍କରେ ଘୋଷଣା କରିଥିଲେ । ଘୋଷଣା ଶୁଣି ରୂପା ଭୁୂବନେଶ୍ୱର କାର୍ଯ୍ୟାଳୟକୁ ଆସି ଶ୍ରୀ ମହାନ୍ତିଙ୍କ ସହିତ ଫୋନ୍ ଯୋଗେ ନିଜର ହଜିଯାଇଥିବା ଟଙ୍କା, ସୁନା ଓ ଜରୁରୀ କାଗଜପତ୍ର ସମ୍ପର୍କରେ ସଠିକ୍ ସୂଚନା ଦେବା ପରେ ଶ୍ରୀ ମହାନ୍ତି ଉକ୍ତ ଭ୍ୟାନେଟି ବ୍ୟାଗକୁ ମହିଳା ଯାତ୍ରୀଙ୍କ ନିକଟକୁ ଅନ୍ୟ ଏକ ଟ୍ରେନରେ ପଠା ଯାଇଥିଲା । ଭ୍ୟାନିଟି ପାଇବା ପରେ ମହିଳା ରେଳଯାତ୍ରୀ ରେଳ କର୍ମଚାରୀଙ୍କ ଏଭଳି ସଚ୍ଚୋଟ ପଣିଆକୁ ଉଚ୍ଚପ୍ରଶଂସା କରିଛନ୍ତି ।