ବଲାଙ୍ଗିର, ମୁରିବାହାଲ ବ୍ଲକ ଇଚ୍ଛାପଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁବାସିନୀ ବେହେରା ନିଜସ୍ଵ ପାଣ୍ଠିରୁ ପ୍ରଥମ ଦିନରେ ୩ ବିଦ୍ୟାଳୟକୁ ଆରୋ ପ୍ରଦାନ କରିଛନ୍ତି। ଇଚ୍ଛାପଡା ପଞ୍ଚାୟତରେ ପ୍ରଥମ ଦିନରେ ୩ ଗୋଟି ବିଦ୍ୟାଳୟରେ ଅନ୍ତର୍ଲା, କତରଲଗା, ବଗୁଆବାହାଲରେ ସରପଞ୍ଚ ଶ୍ରୀମତୀ ବେହେରା ଆରୋ ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ତର୍ଲା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆରତୀ ସିଂ ବରିହା, ସହକାରୀ ଶିକ୍ଷକ ଶଶୀଭୂଷଣ ବେହେରା, ଶିକ୍ଷକ ଶୁଭରାଜ ବଗର୍ତ୍ତୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜ ବାଗ, ଅଙ୍ଗନବାଡି ୱାର୍କର ଡମେନ ଭୋଇ, ଆଶା ପୁଷ୍ପରେଣୁ ବେହେରା, ମେମ୍ବର ଶାନ୍ତ ବଗର୍ତ୍ତୀ, ସୁତାର ବାଗ, ଯୋଗେଶ୍ଵର ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ। କତରଲଗା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗମୋହନ ରାଉତ, ଶିକ୍ଷୟତ୍ରୀ ଝୁମକି ରାଣୀ ମଲ୍ଲିକ, ଶିବାନୀ ବାଗ, ଶୁଶାନ୍ତ ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହର୍ଷ ନାଗ, ଅଙ୍ଗନବାଡି ମଇଥଲି ନାଗ, ମେମ୍ବର ସରୋଜିନୀ ବାଗ, ଛନକା ବାଗ ଅକ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବଗୁଆବାହାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନ୍ଦିକିଶୋର ବୁଡ଼େକ, ସହକାରୀ ଶିକ୍ଷକ ପ୍ରମୋଦ ସୁନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ନାଗ, ଅଙ୍ଗନବାଡି ବନିତା ବିଭାର, ମେମ୍ବର ଭୀମରାଜ ବେଣ୍ଟକାର, ରାଧାକାନ୍ତ ଭୁଏ, ଲିଙ୍ଗରାଜ ନାଗ, ଜୟରାମ ଭୋଇ, ଦେବେନ୍ଦ୍ର ନିଆଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ, ପଞ୍ଚାୟତର ସମସ୍ତ ବିଦ୍ୟାଳୟକୁ ନିଜସ୍ଵ ପାଣ୍ଠିରୁ ଆରୋ ଦିଆଯିବା ପାଇଁ ସ୍ଥିର ହୋଇଛି। ୩ ଗୋଟି ବିଦ୍ୟାଳୟକୁ ଦିଆସରିଛି। ଆଉ ୭ ଗୋଟି ବିଦ୍ୟାଳୟକୁ ଦିଆଯିବ ବୋଲି ସରପଞ୍ଚଙ୍କ ପ୍ରତିନିଧି ଚିନ୍ତାମଣି ବେହେରା ସୂଚନା ଦେଇଛନ୍ତି। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତିକୁ ପୁରଣ କରିଛନ୍ତି ସରପଞ୍ଚ। ତାଙ୍କର ଏହିପରି ଜନହିତକର କାର୍ଯ୍ୟକ୍ରମ ପାଇଁ ଅଭିଭାବକ ଓ ଶିକ୍ଷକ ବୃନ୍ଦ ସରପଞ୍ଚଙ୍କୁ ସାଧୁବାଦ ଜଣାଇବା ସହିତ ପିଲାମାନେ ଖୁସିବ୍ୟକ୍ତ କରିଛନ୍ତି।