କନ୍ଧମାଳ, ବୃକ୍ଷ ହିଁ ଜୀବନ। ବୃକ୍ଷ ଦ୍ଵାରା ସକଳ ଜୀବ ଜଗତର ଅସ୍ଥିତ୍ଵ ରହିଛି । ଆଜିର ପ୍ରଦ୍ୟୁଷିତ ପରିବେଶରେ ବୃକ୍ଷ ହିଁ ମାନବ ସମାଜ ପାଇଁ ମହୌଷଧି । ତେଣୁ ଘରେ ଘରେ ଗଛ ଲଗାଇବାର ଆବଶ୍ୟକତା ରହିଛି ବୋଲି ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୃକ୍ଷରୋପଣ ଅବସରରେ ପ୍ରଧାନ ଆଚାର୍ଯ୍ୟ ତଥା ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ଶିଶୁ ମାନଙ୍କୁ ପରାମର୍ଶ ଦେବା ସହ ସମସ୍ତ ଶିଶୁ ନିଜ ବାଡ଼ି ବଗିଚାରେ ଗୋଟେ ଲେଖା ଗଛ ଲଗାଇ ତାର ଯତ୍ନ ନେବାକୁ କହିଥିଲେ । ଶିଶୁ ମାନେ ଆଗ୍ରହର ସହିତ ଗୁରୁଜୀ ଗୁରୁମାଙ୍କ ସହ ମିଶି ଗଛ ଲଗାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା ସମିତିର ସଭାପତି ପୁରୁଷୋତ୍ତମ ଲେଙ୍କା, ଗୁରୁଜୀ ଅଭିମନ୍ୟୁ ନାୟକ, ଗୁରୁମା ସସ୍ମିତା ପଣ୍ଡା, ସରସ୍ବତୀ ନାୟକ ପୁଷ୍ପଲତା ନାୟକ ପ୍ରମୁଖ ଗଛ ଲଗାଇଥିଲେ । ପ୍ରଧାନଆଚାର୍ଯ୍ୟ ଧଳ ସାରଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।