କନ୍ଧମାଳ, ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଜୟ କୁମାର ଘୃଣ୍ୟ କଟୁ ମନ୍ତବ୍ୟ ଦେଇ ଓଡ଼ିଆ ଭାବାବେଗକୁ ତଥା ଆଦିବାସୀ ସମାଜକୁ କଂଗ୍ରେସ ଆଘାତ ଦେଇଛି । ଏହାରି ପ୍ରତିବାଦରେ ରାଜ୍ୟ ସଭାପତି ମାନନୀୟ ସମୀର ମହାନ୍ତି ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ବଡ଼ଭାଇ ଇରାସିସ୍ ଆଚାର୍ଯ୍ୟ ଙ୍କ ଆହ୍ୱାନ କ୍ରମେ ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ୱରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ତଥା କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ନାରାୟଣ କର୍ମୀ ଯୋଗଦେଇ କଂଗ୍ରେସ ନେତାଙ୍କ ଏହା ହୀନ ମନ୍ତବ୍ୟ କଂଗ୍ରେସ ସବୁବେଳେ ଆଦିବାସୀ ମାନଙ୍କୁ ତଳିଆ କରି ରଖିବାକୁ ଚାହେଁ ଏବଂ କେବଳ ଭୋଟ ବ୍ୟାଙ୍କ ବନାଇରଖିବାକୁ ଚାହେଁ ତେଣୁ ଜଣେ ଆଦିବାସୀ ସମାଜର ମହିଳା ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଥିବାବେଳେ କଂଗ୍ରେସ ନେତାଙ୍କ ଦେହ ସହୁ ନାହଁ ବୋଲି କହିଥିଲେ । ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ସୁଧାଂଶୁ ଗୁରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଏହା ଉପରେ କଟୁ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ଅଜୟ କୁମାର ଙ୍କ ବିରୋଧରେ ନାରା ଦେଇଥିଲେ । କାର୍ଯ୍ୟକ୍ରମ ଜଗନ୍ନାଥ ସାହୁ (ଟିକୁ ) , ବିଶ୍ୱରଞ୍ଜନ ଦାସ , ରତନ୍ ଚୌଧୁରୀ , ମୁକ୍ତିକାନ୍ତ ମହାନ୍ତି, ସଞ୍ଜିତ୍ ପାତ୍ର ଙ୍କ ସହ ୧୦୦ ରୁ ଉର୍ଦ୍ଧ ଯୁବମୋର୍ଚ୍ଚା କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିବାବେଳେ ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି , ଫୁଲବାଣୀ ନଗର ମଣ୍ଡଳ ସଭାପତି ଶୁଶାନ୍ତ ମହାନ୍ତି , ଫୁଲବାଣୀ ମୁନିସିପାଲାଟି ଚ୍ୟାରମେନ୍ ସ୍ମିତାରାଣି ମହାନ୍ତି , ଜିଲ୍ଲା ବିଜେପି ଉପସଭାପତି ରମେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅଜୟ କୁମାର ଙ୍କ କୁଶ ପୁତଳିକା ଦାହ କରିଥିଲେ ।
Related Stories
November 23, 2024